Latest Odisha News

BREAKING NEWS

ଉଜାଗର ହେଲା ପଞ୍ଜାବ ଗୁରୁଦ୍ୱାର କୂଅରୁ ମିଳିଥିବା ୨୮୨ ସୈନିକଙ୍କ କଙ୍କାଳର ରହସ୍ୟ

ମୋହାଲୀ: ପଞ୍ଜାବର ଅଜନାଲା ଗୁରୁଦ୍ୱାର ସ୍ଥିତ ଏକ କୂଅରୁ ୨୮୨ ସୈନିକଙ୍କ କଙ୍କାଳ ମିଳିଥିଲା । ପ୍ରାରମ୍ଭିକ ଯାଂଚରେ ଏହି କଙ୍କାଳ ୧୯୪୭ ଦଙ୍ଗାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୋଲି ଦର୍ଶାଯାଇଥିଲା । ମାତ୍ର ଦୀର୍ଘ ଦିନ ପରୀକ୍ଷଣ ପରେ ଏବେ ଏହାର ରହସ୍ୟ ଉଜାଗର ହୋଇଛି । ଏହି ସବୁ ସୈନିକମାନେ ୧୮୫୭ କ୍ରାନ୍ତିରେ ଇଂରେଜକୁ ବିରୋଧ କରି ମୃତ୍ୟୁବରଣ କରିଛନ୍ତି । ଏମାନେ ସମସ୍ତେ ପଶ୍ଚିମ ଉତରପ୍ରଦେଶ, ବିହାର, ଦିଲ୍ଲୀ, ବେଙ୍ଗଲ, ମେଘାଳୟ, ମଣିପୁର, ତ୍ରିପୁରା ରାଜ୍ୟର ବୋଲି ଜଣାପଡିଛି ।

ଷ୍ଟେବଲ ଆଇସୋଟୋପ ଟେକନିକରୁ ଏହା ତଥ୍ୟ ହସ୍ତଗତ ହୋଇଛି । ଖପୁରୀ ଏବଂ ଏହାର ଦାନ୍ତ କାଲିଫୋର୍ଣ୍ଣିଆ ୟୁନିଭରସିଟିରେ ପରୀକ୍ଷଣ କରାଯାଇଥିଲା । ଏହା ପରେ ମାଇଟ୍ରୋକଣ୍ଡ୍ରିାଲ ଡିଏନଏ ପରୀକ୍ଷଣ ଲକ୍ଷ୍ନୌର ବୀରବଲ ସାହିନୀ ଇନଷ୍ଟିଚ୍ୟୁଟରେ କରାଯାଇଥିଲା । ସବୁଠାରୁ ୧୮୫୭ କ୍ରାନ୍ତିରେ ଶହୀଦ ହୋଇଥିବା ଅଧିକାଂଶ ବ୍ୟକ୍ତ ନିରାମିଶାଶି ଏବଂ ସୁସ୍ଥ ଥିଲେ । ଦେଶ ପାଇଁ ଏମାନେ ବଳିଦାନ ଦେଇଥିଲେ । ଅଧିକ ଅର୍ଥ ଖର୍ଚ୍ଚ କଲେ ସେମାନଙ୍କ ରୂପରେଖ ଜାଣିହେବ ବୋଲି ପଞ୍ଜାବ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ବିଭାଗର ପ୍ରଫେସର ଜେଏସ ସହରାୱତ କହିଛନ୍ତି ।

Leave A Reply

Your email address will not be published.