ଦୁବାଇ: ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ କ୍ୱାଲିଫାୟାରରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍ ଟିକେଟ ହାତେଇଛି ଦିଲ୍ଲୀ । ଏହି ବିଜୟ ପଛରେ ରହିଛି ଶିଖର ଧଓ୍ୱନଙ୍କ ବଡ଼ ଭାଗିଦାରୀ । ଏହି ମ୍ୟାଚରେ ସେ କରିଥିଲେ ୫୦ ବଲରେ ୩୮ ରନ୍ ।
ରୋହିତଙ୍କୁ ଟପିଲେ ଶିଖର
ଅର୍ଦ୍ଧଶତକୀୟ ଇନିଂସ ସହ ଆଇପିଏଲରେ ରୋହିତ ଶର୍ମାଙ୍କୁ ପଛରେ ଛାଡ଼ିଛନ୍ତି ଶିଖର ଧଓ୍ୱନ । ରୋହିତଙ୍କୁ କାଟି ଆଇପିଏଲ ଇତିହାସରେ ଚତୁର୍ଥ ସର୍ବାଧିକ ରନ୍ ଗେଟର ହୋଇଛନ୍ତି । ଆଇପପିଏଲର ୧୩ଟି ସିଜିନରରେ ୧୭୫ଟି ମ୍ୟାଚ ଖେଳିଛନ୍ତି ଧଓ୍ୱନ । ହାସଲ କରିଛନ୍ତି ୫ ହଜାର ୧୮୨ ରନ୍ । ପ୍ରଥମ ଖେଳାଳି ଭାବରେ ଲତାଗାର ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି ଧଓ୍ୱନ ।
୪୧ଟି ଅର୍ଦ୍ଧଶତକର ଅଧିକାରୀ ଧଓ୍ୱନ
ଶିଖର ଧଓ୍ୱନ ଆଇପିଏଲରେ ୪୧ଟି ଅର୍ଦ୍ଧଶତକ ମାରିଛନ୍ତି । ୨୦୧୬ରେ ଚାମ୍ପିଅନ୍ ସନ୍ ରାଇଜର୍ସ ହାଇଦ୍ରାବାଦ ଟିମର ସଦସ୍ୟ ଥିଲେ ଶିଖର । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ଖେଳାଳି ଭାବରେ ଶିଖର ଧଓ୍ୱନ ଆଇପିଏଲର ଗୋଟିଏ ସିଜିନରେ ୬୦୦ ରନ୍ କରିଛନ୍ତି ।
ଟପରେ ବିରାଟ କୋହଲି
ଆଇପିଏଲରେ ସର୍ବାଧିକ ରନ୍ ସ୍କୋରର ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ବିରାଟ କୋହଲି (୧୯୨ ମ୍ୟାଚରେ ୫୮୭୮ ରନ୍ ) । ଦ୍ୱିତୀୟ ସ୍ଥାନରେ ସୁରେଶ ରୈନା (୧୯୨ ମ୍ୟାଚରେ ୫୩୬୮ ରନ୍) ଅଛନ୍ତି । ଡେଭିଡ୍ ଓ୍ୱାର୍ଣ୍ଣର (୧୪୨ ମ୍ୟାଚରୁ ୫୨୫୪ ରନ୍) ତୃତୀୟ ସ୍ଥାନରେ ରହିଛନ୍ତି ।
BREAKING NEWS
- ଶୀତଳଷଷ୍ଠୀ ପାଇଁ ୨୦ରେ ସମ୍ୱଲପୁରରେ ସରକାରୀ ଛୁଟି
- ଓଡ଼ିଶାରେ ପ୍ରଳୟଙ୍କରୀ କାଳବୈଶାଖୀ ଆଲର୍ଟ! ପ୍ରବଳ ପବନ ସହ ବର୍ଷା ଆଶଙ୍କା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ
- ୨୦୦ତମ ମ୍ୟାଚ୍ରେ ମେସିଙ୍କ ମହା-ରେକର୍ଡ
- କେନାଲ ନିକଟରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
- ୧୯ରେ ଆସିବ ମାଟ୍ରିକ୍ ରିଚେକିଂ ରେଜଲ୍ଟ;୩ ହଜାରରୁ ଅଧିକ ପରୀକ୍ଷାର୍ଥୀ କରିଥିଲେ ଆବେଦନ
- ଫୁଟବଲର ଥୋମାସ୍ ପାର୍ଟେଙ୍କୁ ଭିସା ଦେଲାନି କାନାଡ଼ା, ବିଶ୍ୱକପ୍ ଓପନର୍ରୁ ବାଦ୍, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ
- Modi’s Message to Trump: G7 ମଞ୍ଚରେ ପାଖରେ ବସିଥିଲେ ଟ୍ରମ୍ପ, ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଆଶ୍ଚର୍ଯ୍ୟ ହୋଇଗଲେ ଆମେରିକା ରାଷ୍ଟ୍ରପତି…
- ନୀଟ୍ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
- Trouble for Uddhav’s Sena: ଚିନ୍ତାରେ ଉଦ୍ଧବ ସେନା…ଦଶନ୍ଧିର ବିଶ୍ୱସ୍ତତା ଶେଷ! ଉଦ୍ଧବ ଠାକରେଙ୍କ ନିଦ ହଜାଇଥିବା ବିଦ୍ରୋହୀ ସାଂସଦ କିଏ?
- ଗଞ୍ଜାମ ଓ ଢେଙ୍କାନାଳରେ ବଜ୍ରାଘାତରେ ୩ ମୃତ

Comments are closed.