Latest Odisha News

BREAKING NEWS

୧୫ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସୁରଜ୍‌ ପେ ମଙ୍ଗଲ୍‌ ଭାରୀ’

ନୂଆଦିଲ୍ଲୀ: ମନୋଜ ବାଜପେୟୀ, ଦିଲଜିତ ଦୋସାଞ୍ଜ ଏବଂ ଫାତିମା ସାନା ଶେଖଙ୍କ ‘ସୁରଜ୍‌ ପେ ମଙ୍ଗଲ ଭାରୀ’ ଚଳଚ୍ଚିତ୍ର ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଦିୱାଲୀରେ ଦେଶର ସିନେମା ହଲ୍‌ରେ ପ୍ରଦର୍ଶିତ ହେବ। ୯୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ହେଉଛି ଏକ ବିବାହ ଗୁପ୍ତଚରଙ୍କ କାହାଣୀ। ଏହି ଚଳଚ୍ଚିତ୍ରରେ ଅନ୍ନୁ କପୁର, ମନୋଜ ପହୱା, ସୀମା ପହୱା, ସୁପ୍ରିୟା ପିଲଗାଓଁକର, ନେହା ପେଣ୍ଡସେ, ମନୁଜ ଶର୍ମା, ନୀରଜ ସୁଦ, ଅଭିଷେକ ବାନାର୍ଜୀ, ବିଜୟ ରାଜ, କରିସ୍ମା ତନ୍ନା ଏବଂ ବଂଶିକା ଶର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.