Latest Odisha News

BREAKING NEWS

ବିହାରରେ ଏନଡିଏର ବିଜୟ ଓ ମହାମେଣ୍ଟ ପରାଜୟ ପଛର ୫ ପ୍ରମୁଖ କାରଣ

ନୂଆଦିଲ୍ଲୀ: ବିହାରରେ ଭୁଲ ପ୍ରମାଣିତ ହେଲା ଏକଜିଟ୍ ପୋଲ୍ । ଏକଜାଟି ରେଜଲ୍ଟ ପରିଣାମ ଆସିଲା ଓଲଟା । ମ୍ୟାଜିକ୍ ନମ୍ୱର ଛୁଇଁ ପାରିଲାନି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ । ବିଜେପିର ସୁପର ସୋ ବଳରେ ଏନଡିଏ ବାଜିମାତ କଲା । ମୋଦି-ନୀତିଶ କେମିଷ୍ଟ୍ରି ବଳରେ ବିହାରରେ ଶାସନ କ୍ଷମତା ବଜାୟ ରଖିଲା ଏନଡିଏ । ନଜର ପକାନ୍ତୁ କେଉଁ କାରଣରୁ ବିହାରବାସୀ ଏନଡିଏ ଉପରେ ଭରସିଲେ ଓ କେଉଁ କାରଣ ପାଇଁ ମହାମେଣ୍ଟକୁ ମିଳିଲା କମ୍ ଆସନ ।
ଏନଡିଏ ବାଜିମାତର କାରଣ ?
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିହାର ଭୋଟରଙ୍କ ଭରସା
– ଯୁବ ତେଜସ୍ୱୀଙ୍କ ଉପରେ ଭାରି ପଡ଼ିଲେ ଅଭିଜ୍ଞ ମୋଦି-ନୀତିଶ ଯୋଡି
– ଉଜ୍ୱଳା, ମାଗଣା ଶୌଚାଳୟ, ମାଗଣା ରାସନ୍ ଭଳି କେନ୍ଦ୍ରୀୟ ସୁବିଧା
– ୧୫ ବର୍ଷ ପୂର୍ବେ ଲାଲୁ-ରାବରି ସମୟରେ ଜଙ୍ଗଲରାଜର ଭୟ
– ମହିଳା ମତଦାତାଙ୍କ ଭୋଟ୍ । ବିହାରରେ ଏଥର ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟ୍ ଦେଇଛନ୍ତି

କାହିଁକି ପଛରେ ପଡ଼ିଲା ମହାମେଣ୍ଟ
– ଲାଲୁଙ୍କ ଅନୁପସ୍ଥିତି ଓ ତେଜସ୍ୱୀଙ୍କ ଅଭିଜ୍ଞତାର ଅଭାବ
– କୌଣସି ଆଧାର ନଥାଇ କଂଗ୍ରେସ ଆବଶ୍ୟକତାଠାରୁ ଅଧିକ ଆସନରେ ଲଢ଼ିବା
– ଅଭିଜ୍ଞ ନେତାଙ୍କ ଅଭାବ ସାଙ୍ଗକୁ ସରକାର ବିରୋଧୀ ହାଓ୍ୱାକୁ ବଢ଼ାଇ ପାରିଲା ନାହିଁ
– ଘାଟା କଲା ଓଓ୍ୱେସୀଙ୍କ ଏଆଇଏମଆଇଏମ୍ ପାର୍ଟି । ୫ଟି ସିଟରେ ବିଜୟୀ
– ଅଣ ବିଜେପି ଦଳଙ୍କୁ ମନାଇ ନପାରିବା ଓ ସହଯୋଗୀଙ୍କୁ ଏକଜୁଟ୍ କରି ନପାରିବା

Comments are closed.