Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଏକଟ୍‌ ଆମାଜନ୍‌’

ନୂଆଦିଲ୍ଲୀ: ତନିସ୍କ ପରେ ବର୍ତ୍ତମାନ ଇ-କମର୍ସ କମ୍ପାନୀ ଆମାଜନ୍‌ର ଅଡୁଆ ବଢିଥିବା ଦେଖିବାକୁ ମିଳିଛି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବଏ୍‌କଟ୍‌ ଆମାଜନର ଅଭିଯାନ ସୋସିଆଲ ମିଡିଆରେ ଜୋର୍‌ ଧରିଛି।

ଉଲ୍ଲେଖନୀୟ କଥା ହେଉଛି, ‘ଓଁ’ ହିନ୍ଦୁ ଧର୍ମ ପାଇଁ ଏକ ପବିତ୍ର ପ୍ରତୀକ ଭାବରେ ବିବେଚନା କରାଯାଏ। ସୋସିଆଲ ମିଡିଆରେ ଚାଲିଥିବା ଆଲୋଚନା ଅନୁଯାୟୀ, ଆମଜନ୍‌ରେ ଏଭଳି ଡୋରମାଟ୍ ବିକ୍ରି ହେଉଛି ଯେଉଁଥିରେ ସେମାନଙ୍କ ଉପରେ ‘ଓଁ’ ଛପା ହୋଇଛି। ଏହା ବ୍ୟତୀତ ଆମଜନ୍‌ ତରଫରୁ ହିନ୍ଦୁ ଦେବତାମାନଙ୍କର ଚିତ୍ର ଧାରଣ କରିଥିବା ଭିତର ପୋଷାକ ବିକ୍ରୟ ପାଇଁ ମଧ୍ୟ ଦୃଢ ବିରୋଧ କରାଯାଉଛି।

ଟ୍ୱିଟରରେ ଜଣେ ଉପଭୋକ୍ତା ଏକ ପୋଷ୍ଟର ଲେଖିଛନ୍ତି ଯେ, ‘ ହିନ୍ଦୁତ୍ୱକୁ ଅବମାନନା କରିଥିବାରୁ ମୁଁ ଆମାଜନ୍‌କୁ ବଏକଟ୍‌ କରୁଛି’। ଏଥିରେ ସେ ଆମାଜନ୍‌ରେ ବିକ୍ରି ହୋଇଥିବା କିଛି ଭିତର ପୋଷାକର ଫଟୋ ମଧ୍ୟ ସେୟାର୍‌ କରିଛନ୍ତି ଯେଉଁଥିରେ ହିନ୍ଦୁ ଦେବତାମାନଙ୍କର ଫଟୋ ତିଆରି କରାଯାଇଛି।

Leave A Reply

Your email address will not be published.