Latest Odisha News

BREAKING NEWS

ଆଜି ଧନତେରାସ୍; ଘରକୁ ଆଣନ୍ତୁ ଝାଡୁ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା 

ଭୁବନେଶ୍ୱର: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପଡିଥାଏ ଧନତେରସ। ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ ।

ଧନତେରସରେ ଝାଡୁ କିଣିବା ପ୍ରଥା ରହିଛି। ଏହି ଦିନ ଝାଡୁ କିଣିଲେ ଘରୁ ଅଭାବ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଧନତେରସ ଦିନ ଝାଡୁ କିଣିଲେ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଝାଡୁରେ ଧଳା ସୁତା ବାନ୍ଧି ଘରକୁ ଆଣିଲେ ମା’ ଲକ୍ଷ୍ମୀ ଘରେ ବାସ କରିବେ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ।

ଧନତେରସ ଦିନ ଅଯୁଗ୍ମ ସଂଖ୍ୟାରେ ଝାଡୁ କିଣିବାକୁ ଶୁଭ ବୋଲି କୁହାଯାଏ। ଧନତେରସ ଦିନ କିଣିଥିବା ଝାଡୁ ଦୀପାବଳି ଦିନ ମନ୍ଦିରରେ ଦାନ କଲେ ଆହୁରି ଶୁଭ ହୋଇଥାଏ।

Comments are closed.