Latest Odisha News

ଦୀପାବଳିରେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଭଉଣୀ ଶ୍ୱେତା ସିଂ ବିଶେଷ ବାର୍ତ୍ତା  

ନୂଆଦିଲ୍ଲୀ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଦିୱାଲୀରେ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ଶ୍ୱେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତ ମଧ୍ୟ ନଜର ଆସିଛନ୍ତି।

ଶ୍ୱେତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି ଲେଖିଛନ୍ତି, “ଏହି ଦିୱାଲୀରେ କିଛି ଭଲ କର। ଲୋକଙ୍କ ଙ୍ଗଳ କାମନା କରନ୍ତୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।” ଏହା ସହ ସେ ଲେଖିଛନ୍ତି, “ଏହି ଦିୱାଲୀ, ଅଭାବୀ ଏବଂ ଗରିବ ଲୋକଙ୍କୁ ଦୀପ କିଣି ଦିଅନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ଏହି ପର୍ବକୁ ଆନନ୍ଦରେ ପାଳନ କରିପାରିବେ।” ମାନବିକତାକୁ ବଞ୍ଚାଇ ରଖିବା ପାଇଁ ଶ୍ୱେତା ଏକ ବିଶେଷ ବାର୍ତ୍ତାରେ କହିଛନ୍ତି। ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି।

Comments are closed.