ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱସ୍ତରରେ କରୋନା ସଂକ୍ରମଣର ସଂଖ୍ୟା ୫.୪୩ କୋଟି ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୪୩ ହଜାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮ ହଜାର ୮୦୭ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ସ୍ଥିତି ମଧ୍ୟ ସାଙ୍ଘାତିକ ହୋଇପଡ଼ିଛି। ପ୍ରତିଦିନ ଅଢେଇରୁ ଦୁଇ ଲକ୍ଷ ମାମଲା ଆସୁଛି।
ୱାର୍ଲଡ୍ ମିଟର ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୫ କୋଟି ୪୩ ଲକ୍ଷ ୧୨ ହଜାର ମାମଲା ରୁଜୁ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୧୩ ଲକ୍ଷ ୧୭ ହଜାର ୩୯୮ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୩ କୋଟି ୭୮ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୫୧ ଲକ୍ଷ ଲୋକ ଏବେବି କରୋନା ସଂକ୍ରମିତ ଅଛନ୍ତି ସେମାନେ ଚିକିତ୍ସିତ ହେଉଛନ୍ତି। ଯେଉଁଥିରୁ ଏକ ଲକ୍ଷ ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି।
Comments are closed.