Latest Odisha News

BREAKING NEWS

ପ୍ରିୟା ପ୍ରକାଶ ୱେରିୟରଙ୍କ ନୂଆ ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ପ୍ରିୟା ପ୍ରକାଶ । ନିକଟରେ ଏହି ଅଭିନେତ୍ରୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପୂର୍ବରୁ ତାଙ୍କ ଆଖି ମାରିବା ଭଳି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା । ହେଲେ ଏବେ ଗାୟକୀ ଜରିଆରେ ସେ ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି ।

ପ୍ରିୟା ପ୍ରକାଶ ଗୀତ ଗାଉଥିବାର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଖୋଦ ସେ ନିଜେ ଇନଷ୍ଟାଗ୍ରାମରେ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଏଥିରେ ରଣବୀର କାପୁର ଓ ଅନୁଷ୍କା ଷ୍ଟାରର ଫିଲ୍ମ ଏ ଦିଲ ହୈ ମୁସ୍କିଲର ଗୀତ ଗାଇବାରେ ପ୍ରିୟା ନଜର ଆସିଛନ୍ତି । ନିଜର ଜଣେ ବନ୍ଧୁର ବିବାହ ଉତ୍ସବରେ ସାମିଲ ହେବା ଅବସରରେ ପ୍ରିୟା ଏହି ଭିଡିଓଟିକୁ ସୁଟ୍ କରାଇଥିଲେ ।

ପ୍ରିୟା ପ୍ରକାଶଙ୍କ ମେରୁନ୍ କଲର୍ ଶାଢୀ ପିନ୍ଧା ଏହି ଭିଡିଓଟିକୁ ଲକ୍ଷାଧିକ ଭିୟର୍ସିପ୍ ଓ ଲାଇକ୍ସ ମିଳିସାରିଛି । ତେବେ ଅଭିନୟ ଛଡା ପ୍ରିୟା ଜଣେ ଭଲ ଗାୟକ ମଧ୍ୟ । ପୂର୍ବରୁ ନିଜ ଗାୟକୀର ସେ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର ବି କରିଥିଲେ । ମଲୟାଲମ ଫିଲ୍ମ ଓରୁ ଅଦ୍ଦାର ଲଭର ଏକ ଭିଡିଓ ସିକ୍ୱେନ୍ସରେ ପ୍ରିୟା ଆଖି ମାରିଥିଲେ । ଏହି ଭିଡିଓଟି ଭାଇରାଲ୍ ହେବା ପରେ ସେ ରାତାରାତି ଇଣ୍ଟରନେଟ୍‌ରେ ଷ୍ଟାର ପାଲଟିଥିଲେ ।

Leave A Reply

Your email address will not be published.