Latest Odisha News

BREAKING NEWS

ଟାଇମପାସ୍ ପୁସ୍ତକ ପର୍ବ: ପ୍ରାର୍ଥନା ଚାନ୍ଦଙ୍କ ‘ଥ୍ରୁ ଦ ଚେନସ୍’ ଲୋକାର୍ପିତ

ଭୁବନେଶ୍ୱର: ଜୀବନରେ ହସ, ଲୁହ, ଭାବ ଅଭାବ, ସଂଘର୍ଷ, ସହାନୁଭୂତି, ପ୍ରେମ ପ୍ରତାରଣା ଏକାଠି ଗୋଟିଏ ଚେନ୍ରେ ବନ୍ଧାହୋଇ ରହିଛି । ଏହି ଭଲ ଓ ମନ୍ଦର ବନ୍ଧନ ଭିତରେ ହିଁ ଜୀବନର ଅସଲ ସ୍ୱାଦ ଲୁଚି ରହିଛି ବୋଲି ନିଜ ଦ୍ୱିତୀୟ ଇଂରାଜୀ କବିତା ସଂକଳନ ‘ଥ୍ରୁ ଦ ଚେନସ୍’ ଲୋକାର୍ପଣ ଉତ୍ସବରେ କହିଛନ୍ତି ଯୁବ କବୟିତ୍ରୀ ପ୍ରାର୍ଥନା ଚାନ୍ଦ ।

‘ଟାଇମପାସ୍ ’ ଦ୍ୱାରା ସ୍ଥାନୀୟ ନ୍ୟୁ ମ୍ୟାରିୟନ ହୋଟେଲରେ ଆୟୋଜିତ ଏକ ବିଶେଷ ଉତ୍ସବରେ ଏହି ପୁସ୍ତକଟିକୁ ଲୋକାର୍ପଣ କରିଥିଲେ ବିଶିଷ୍ଟ କବି ସୌଭାଗ୍ୟ କୁମାର ମିଶ୍ର । ଅନ୍ୟତମ ଅତିଥି ଭାବେ କବି ଓ ଅନୁବାଦକ ରୋହିଣୀକାନ୍ତ ମୁଖାର୍ଜୀ, କଥାକାର ଡକ୍ଟର ଗୌରହରି ଦାସ, କବି ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବହିଟି ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

ଉତ୍ସବର ଆବାହକ ସରୋଜ ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କବି ପବିତ୍ର ମୋହନ କର । ରାଜ୍ୟର ବହୁ ଜଣାଶୁଣା କବି, ଲେଖକ ଓ ସାହିତ୍ୟିକପ୍ରେମୀ ଉପସ୍ଥିତ ରହି ପୁସ୍ତକପର୍ବକୁ ସଫଳ କରିଥିଲେ ।

Leave A Reply

Your email address will not be published.