Latest Odisha News

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୫୨୩ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୨୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

ତେବେ ୫୨୩ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୧୬,୯୭୦ ଜଣ ସୁସ୍ଥ ହୋଇଛନ୍ତି। ମୋଟ୍ ସଂକ୍ରମଣ ସଂଖ୍ୟା ୩ଲକ୍ଷ ୨୧ହଜାର ୯୧୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭୮୪ ଛୁଇଁଛି।

ସେହିପରି ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯୮ ଓ ଲୋକାଲ୍ କଣ୍ଟାକ୍ଚ କେସ୍ ରହିଛି ୧୫୧ଟି।

Comments are closed.