Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି ଯେ କରୋନା ଭାଇରସ ବିରୋଧରେ ଟିକା ଦେବା ପାଇଁ କେନ୍ଦ୍ର ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଦେଇଛି।

ସେ ଆହୁରି କହିଛନ୍ତି ଯେ, “ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଆମେ କୋଭିଡ୍‌ ଟିକା ପାଇଁ ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଦେଇଛୁ। ଏଥିରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ୍, ସାମରିକ ଏବଂ ପରିମଳ କର୍ମଚାରୀ, ୫୦ ବର୍ଷରୁ ଅଧିକ ଲୋକ ଏବଂ ଯେଉଁମାନେ ୫୦ ବର୍ଷରୁ କମ୍‌ କିନ୍ତୁ କିଛି ରୋଗରେ ପୀଡିତ ସେମାନଙ୍କୁ ଏହି ଟିକା ଦିଆଯିବ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରବିବାର ଦିନ କହିଛନ୍ତି ଯେ ଭାରତରେ କୋଭିଡ -୧୯ ର ସବୁଠାରୁ ଖରାପ ପର୍ଯ୍ୟାୟ ସମାପ୍ତ ହୋଇଛି। ଚିନ୍ତା କରିବାର କିଛି ନାହିଁ, କିନ୍ତୁ ସୁରକ୍ଷିତ ରହିବାକୁ ଲୋକଙ୍କୁ ଏବେ ବି କରୋନା ସହିତ ଜଡିତ ସତର୍କତା ଅନୁସରଣ କରିବାର ଆବଶ୍ୟକତା ରହିଛି। ଜାନୁଆରୀରେ ଭାରତ ଲୋକଙ୍କୁ କରୋନା ଭୂତାଣୁ ଟୀକାକରଣ ଆରମ୍ଭ କରିପାରିବ ବୋଲି ସେ ସୂଚନା ଦେଇଛନ୍ତି।

ଡକ୍ଟର ହର୍ଷ ବର୍ଦ୍ଧନ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ବ୍ୟକ୍ତିଗତ ସ୍ତରରେ ମୁଁ ଅନୁଭବ କରୁଛି ଯେ ଭାରତରେ କୋଭିଡ -୧୯ ବିଷୟରେ ଚିନ୍ତା ସମାପ୍ତ ହୋଇଛି। ଗତ ତିନି-ଚାରି ମାସ ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଛି। ସେ କହିଛନ୍ତି ଯେ କରୋନା ସହ ଜଡିତ ସତର୍କତାକୁ ଆମକୁ କଡାକଡି ପାଳନ କରିବାକୁ ପଡିବ।

 

 

 

 

 

Comments are closed.