Latest Odisha News

BREAKING NEWS

୯୨ ବର୍ଷ ପରେ ନିଲାମ ହେଲା ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ କ୍ୟାପ

ସିଡନୀ:ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ ମ୍ୟାଚ କ୍ୟାପ ମଙ୍ଗଳବାର ୯୨ ବର୍ଷ ପରେ ନିଲାମ ହୋଇଛି । ବିଜନେସମ୍ୟାନ ଓ ରୋଡ ମାଇକ୍ରୋ ଫୋନ୍ସର ଫାଉଣ୍ଡର ପିଟର ଫ୍ରିଡମ୍ୟାନ ଏହି କ୍ୟାପକୁ ୨.୫୧ କୋଟି ଟଙ୍କା ନିଲାମରେ ଆଣିଥିଲେ । ୧୯୨୮ରେ ବ୍ରାଡମ୍ୟାନ ଇଂଲଣ୍ଡ ବିପକ୍ଷରେ ତାଙ୍କ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳିଥିଲେ । ବ୍ରାଡମ୍ୟାନ ଅଷ୍ଟ୍ରେଲିଆର ଜଣେ ମହାପୁରୁଷ ହୋଇଥିବାରୁ ଏହି କ୍ୟାପକୁ ନିଲାମରେ ନେବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

ବ୍ରାଡମ୍ୟାନ ତାଙ୍କ କ୍ୟାପ ପଡୋଶୀ ଡନହାମଙ୍କୁ ଉପହାର ଦେଇଥିଲେ । ୨୦୨୦ରେ ଡନହାମ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇ ୮ ବର୍ଷ ଜେଲ ଯାଇଥିଲେ । ଏହାକୁ ସେଠାରୁ ମୁକୁଳାଇବା ସହ କ୍ୟାପକୁ ନିଲାମ କରାଯାଇଥିଲା ।

Leave A Reply

Your email address will not be published.