Latest Odisha News

BREAKING NEWS

୨୪ ଘଣ୍ଟାରେ ଦେଶରୁ ୨୦ ହଜାର ସଂକ୍ରମିତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭ଲକ୍ଷ ୧୫ ହଜାର କୋଭିଡ୍ ଟେଷ୍ଚ ହୋଇଛି । ଚିହ୍ନଟ ହୋଇଛନ୍ତି ୨୦ହଜାର ୨୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୭ହଜାର ୮୭୧କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୨୧ହଜାର ୧୩୧ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୯୭ଲକ୍ଷ ୮୨ହଜାର ୬୬୮ରେ ପହଞ୍ଚିଛି । ଦେଶରେ ଆରୋଗ୍ୟ ହାର ରହିଛି ପାଖାପାଖି ୯୬ ପ୍ରତିଶତରୁ ଅଧିକ । ଏବେ ୨ଲକ୍ଷ ୭୭ହଜାର ୩୦୧ଟି ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ ନେଇଛି ୨୭୯ ସଂକ୍ରମିତଙ୍କ ଜୀବନ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୭ହଜାର ୯୦୧କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫%।

Leave A Reply

Your email address will not be published.