Latest Odisha News

BREAKING NEWS

ଦେଶରେ ଦେଢ଼ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, କାଲି କୋଟିଏ ଛୁଇଁବ ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ପାର କରିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ତ ୨୪ଘଣ୍ଟାରେ ଆଉ ୨୬୪ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୫୦ହଜାର ୧୧୪କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% । ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ କେସ୍ କମ୍ ରହିଛି ।

ସେହିପରି ପ୍ରତିଦିନ ବଢୁଛି ସୁସ୍ଥହାର । ଆସନ୍ତାକାଲି ଦେଶରେ କୋଟିଏ ଛୁଇଁପାରେ ସୁସ୍ଥସଂଖ୍ୟା । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୯୯ଲକ୍ଷ ୯୭ହଜାର ୨୭୨ ସଂକ୍ରମିତ । ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୧ହଜାର ୩୧୪ ଆକ୍ରାନ୍ତ । ମୋଟ୍ ସୁସ୍ଥହାର ରହିଛି ୯୬.୩୬% । ବର୍ତ୍ତମାନ ୨ଲକ୍ଷ ୨୭ହଜାର ୫୪୬ଟି ଆକ୍ଟିଭ କେସ୍ ରହିଛି ।

ବର୍ତ୍ତମାନ ଦେଶରେ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୮୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୭୪ହଜାର ୯୩୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.