Latest Odisha News

BREAKING NEWS

ସୁନାବେଡାର ସୁନା ଝିଅ

ସୁନାବେଡା: ସମୁଦ୍ର ପତନରୁ ତିନି ହଜାର ଫୁଟ ଉପରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟ। ଏଠି ବସବାସ କରୁଥିବା ବ୍ୟକ୍ତିଙ୍କ ପାଇଁ ବିଜୁଳି , ପାନୀୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଏହି ପରିସ୍ଥିତିରେ ଜଣେ ଆଦିବାସୀ ଝିଅ ଶିକ୍ଷାର ଶୀର୍ଷରେ ପହଞ୍ଚି ପିଏଚଡି ଶିକ୍ଷା ଗ୍ରହଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସୁନାବେଡା ସନବାହାଲି ଗାଁର ବିଜୁ ଝାଙ୍କରଙ୍କ ଝିଅ ଯେମନି ଝାଙ୍କର , ନିଜେ ଶିକ୍ଷିତ ହୋଇ ନିଜ ଇଲାକାରେ ଶିକ୍ଷାର ପ୍ରଚାର ପ୍ରସାର ର ସଂକଳ୍ପ ନେଇ ଆଗକୁ ବଢ଼ୁଛନ୍ତି। ସୁନାବେଡା ରେ ସରକାରୀ ଶିକ୍ଷା ବ୍ୟବସ୍ଥା ସେତେଟା ସୁଦୃଢ଼ ନଥିବାରୁ ସେଠାରେ ଥିବା ଗୁରୁକୂଳ ଆଶ୍ରମରେ ମାଟ୍ରିକ ଯାଏଁ ପାଠ ପଢ଼ିଥିଲେ।

ମାଟ୍ରିକରେ ପ୍ରଥମ ଶ୍ରେଣୀରେ ପାସ କରିବା ପରେ ଧରମବନ୍ଧା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ପରେ ଖଡ଼ିଆଳ ଡିଗ୍ରୀ କଲେଜରେ ଯୁକ୍ତ ତିନି ବିଜ୍ଞାନରେ ପାସ କରିଥିଲେ। ଏହାପରେ ବଲାଙ୍ଗୀର ରାଜେନ୍ଦ୍ର କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ଓ ଭୁବନେଶ୍ୱର କିଟସ ବିଶ୍ୱବିଦ୍ୟାଳୟରେ ସର୍ବଭାରତୀୟ ସ୍ତରରେ ପିଏଚଡି କରିବାର ସୌଭାଗ୍ୟ ପାଇଛନ୍ତି ।ଯେମିନି ଟ୍ରାଇବାଲ ହର୍ବାଲ ମେଡ଼ିସିନ ଉପରେ ପିଏଚଡ଼ି କରୁଛନ୍ତି ।

Leave A Reply

Your email address will not be published.