ସିଡ୍ନି: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମରେ ଆହତ ସମସ୍ୟା ବଢିବାରେ ଲାଗିଛି । ଫାଷ୍ଟ ବୋଲର୍ ଜସପ୍ରୀତ ବୁମରା ମଧ୍ୟ ଆହତ ହେବାରୁ ଟିମ୍ର ଚିନ୍ତା ବଢି ଯାଇଛି । ତଳିପେଟର ମାଂସପେଶୀରେ ସମସ୍ୟା ହୋଇଥିବା ଜଣାପଡିଛି । ଏଥିପାଇଁ ସେ ବ୍ରିସବେନରେ ହେବାକୁ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳି ପାରିବେ କି ନାହିଁ ସନ୍ଦେହ ।
ସିଡନିରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ବେଳେ ସେ ଆହତ ହୋଇଥିଲେ । ସେ ଯଦି ବ୍ରିସବେନ ଟେଷ୍ଟ ନ ଖେଳନ୍ତି,ତେବେ ବୋଲିଂ ଆଟାକ ଦୁର୍ବଳ ହେବାର ଆଶଙ୍କା ଅଛି । ତେଣୁ ବୁମରା ଯଦି ୫୦ ପ୍ରତିଶତ ମଧ୍ୟ ଫିଟ୍ ଥାଆନ୍ତି, ତେବେ ସେ ମ୍ୟାଚ ଖେଳିବ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହା ଯାଇଛି । ମଝିରେ ଆଉ ୩ ଦିନ ବ୍ୟବଧାନ ଥିବାରୁ ତାଙ୍କୁ ଦରକାର ମୁତାବକ ବିଶ୍ରାମ ମିଳିବ ଏବଂ ସେ ଫିଟ୍ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି ।
ଆଗରୁ ମହମ୍ମଦ ସାମି, ଉମେଶ ଯାଦବ ଆହତ ହୋଇଥିଲେ ।
ବ୍ରିସବେନର ଗାବାରେ ସିରିଜ ନିର୍ଣ୍ଣାୟକ ୪ର୍ଥ ଟେଷ୍ଟ ଖେଳାଯିବ । ସିରିଜ ଏବେ ୧-୧ରେ ଅଛି । ଆଡିଲେଡର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣରେ ହୋଇଥିବା ଦ୍ୱିତୀୟ ଟେଷ୍ଟ ଟିମ୍ ଇଣ୍ଡିଆ ଜିତିଥିଲା । ସିଡନିରେ ହୋଇଥିବା ତୃତୀୟ ଟେଷ୍ଟ ଡ୍ର ରହିଥିଲା ।
ଆସନ୍ତା ୧୫ ତାରିଖରୁ ଗାବା ଟେଷ୍ଟ ଆରମ୍ଭ ହେବ । ଆହତ କାରଣରୁ ଏହି ମ୍ୟାଚରେ ହନୁମା ବିହାରୀ ଖେଳିବେ ନାହିଁ ।
BREAKING NEWS
- India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା
- ମହିଳା ହିଂସା ରୋକିବା ନେଇ ସରକାର ଯତ୍ନବାନ ଅଛନ୍ତି: ମୁଖ୍ୟମନ୍ତ୍ରୀ
- ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
- କ୍ରିକେଟ ପ୍ରେମୀଙ୍କ କ୍ରେଜ, ଟିକେଟ ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ
- Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
- ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ; ନିର୍ମାଣ ହେବ ୫୫୦ଟି ଷ୍ଟଲ, ଭାଗନେବେ ପ୍ରାୟ…
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
Comments are closed.