ନୂଆଦିଲ୍ଲୀ : ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଁଞ୍ଚିଛି । ଦିଲ୍ଲୀ ଓ ବମ୍ବେରେ ତେଲ ଦାମ ଆକାଶ ଛୁଆଁ ରହିଛି । ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଦାମ ୮୫ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଦାମ ୭୫ ଟଙ୍କାରୁ ଅଧିକ ରହିଛି । ମୁମ୍ବାଇରେ ପେଟ୍ରୋଲ ପାଖାପାଖି ୯୨ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୮୨ ଟଙ୍କା ଉପରେ ରହିଛି ।
ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୫.୯୩ ଏବଂ ଡିଜେଲ ଦାମ ୮୨.୧୯ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୮୭ ଟଙ୍କା ପ୍ରତି ଲିଟର ରହିଛି । କୋଲକାତାରେ ପେଟ୍ରୋଲ ୮୬.୮୭ ଏବଂ ଡିଜେଲ ଦାମ ୭୯.୨୩ ଟଙ୍କା ପ୍ରତି ଲିଟର ରହିଛି ।
କରୋନା ମହାମାରୀ କାରଣରୁ ଅନେକ ଦେଶରେ ତୈଳ ଉତ୍ପାଦନ କମିଛି । ଅନେକ କମ୍ପାନୀ ତେଲ ଆମଦାନୀ ମଧ୍ୟ ବନ୍ଦ କରିଦେଇଛନ୍ତି । ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ହେତୁ ଇନ୍ଧନ ମୂଲ୍ୟ ଉପରେ ଚାପ ପଡୁଥିବା ଜଣାପଡିଛି । ତେଣୁ ତୈଳ ବଜାରରେ ଦାମ ବୃଦ୍ଧି ହେଉଛି ।
Comments are closed.