Latest Odisha News

BREAKING NEWS

କବି କାଳୁ ଚରଣ ପ୍ରଧାନ ପାଇବେ ସାହିତ୍ଯ ଚର୍ଚ୍ଚା ପୁରସ୍କାର

ଯାଜପୁର: ଓଡ଼ିଶାର ଗାଁ ଗହଳିର ଲୁକ୍କାୟିତ ସାହିତ୍ୟ ପ୍ରତିଭାକୁ ଉତ୍ସାହିତ କରି ସେମାନଙ୍କୁ ଲୋକଲୋଚନକୁ ଆଣିବାପାଇଁ ଉଦ୍ଦିଷ୍ଟ ‘ସାହିତ୍ୟ ଚର୍ଚ୍ଚା ସମ୍ମାନ’ ଏ ବର୍ଷ ଗଂଜାମ ଜିଲ୍ଲା ଗୁଣ୍ଠପଡା ଗ୍ରାମର ଅନାଲୋଚିତ କବି  କାଳୁ ଚଳଣ ପ୍ରଧାନଙ୍କୁ ପ୍ରଦାନ କରାଯିବ । ସାହିତ୍ୟ ଚର୍ଚ୍ଚା ଇ-ପତ୍ରିକା ପକ୍ଷରୁ ଏହି ଘୋଷଣା କରାଯାଇଛି।
ଶ୍ରୀ  ପ୍ରଧାନ ବୃତ୍ତିରେ ଜଣେ ବଢେଇ । ସେ ଏଯାବତ ସାତଟି ଉଚ୍ଚକୋଟିର କାବ୍ୟ ତଥା  ତିନି ହଜାରରୁ ଉର୍ଦ୍ଧ୍ବ  କବିତା ରଚନା କରିସାରିଲେଣି । ‘କ’ ଅନୁପ୍ରାସରେ ତା’ଙ୍କ ଦ୍ବାରା ରଚିତ ‘କର୍ଦ୍ଦମ କନ୍ୟା’ ଏକ ଉଚ୍ଚକୋଟୀର କାବ୍ୟ। କିନ୍ତୁ  ଏସବୁ ଲେଖା ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଏହା ବ୍ୟତୀତ ଜୀବନ ତତ୍ତ୍ବ ସଂପର୍କରେ ଦୁଇଗୋଟି ପ୍ରବନ୍ଧ ମଧ୍ୟ ସେ ରଚନା କରିଛନ୍ତି
ଏକ ମାନପତ୍ର ଓ ଦଶ ହଜାର ଟଙ୍କାର ସମ୍ମାନ ରାଶି ସହ ପୁରସ୍ଖୃତ କବିଙ୍କର ଏକ ଅପ୍ରକାଶିତ ପୁସ୍ତକର ପ୍ରକାଶନ ମଧ୍ୟ ଏହି ପୁରସ୍କାର ଯୋଜନାର ଅନ୍ତର୍ଭୁକ୍ତ ରହିଛି। ଏହି ପୁରସ୍କାରଟି ଆସନ୍ତା ଫେବୃଆରୀ ମାସରେ ଆୟୋଜିତ ହେବାକୁ ଥିବା ଏକ ଅନଲାଇନ୍ ସମାରୋହରେ ଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ  ଯାଜପୁର ଜିଲ୍ଲା କୋରାବନ୍ଦି ଗ୍ରାମରେ ରିକ୍ସା ଚଳାଇ ଜୀବନଯାପନ କରୁଥିବା ଏବଂ ଛଅ ହଜାରରୁ ଅଧିକ କବିତା ରଚନା କରିଥିବା କବି କୈଳାସ ଚନ୍ଦ୍ର ପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
Leave A Reply

Your email address will not be published.