Latest Odisha News

BREAKING NEWS

ଅଚଳ ହେବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍, ଆରବିଆଇ କଲା ସ୍ପଷ୍ଟ

ଭୁବନେଶ୍ୱର: ସୋସିଆଲ ମିଡିଆରେ ୧୦୦, ୧୦ ଓ ୫ ଟଙ୍କା ଚଳିବନି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଲୋକେ ବିବ୍ରତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ବିମୁଦ୍ରୀକରଣ ବେଳେ ଦେଖାଦେଇଥିବା ସମସ୍ୟା ମନକୁ ଆସି ଯାଇଥିଲା ।

କିନ୍ତୁ ଏ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ଏକ ଗୁଜବ ଓ ଏହାର କୌଣସି ସତ୍ୟା ସତ୍ୟ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.