Latest Odisha News

ଭଲ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ଏଫସି କୋଚ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଓଡିଶା ଏଫସି ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ କୋଚ ଷ୍ଟୁଆର୍ଟ ବାକ୍ସଟର ବିବାଦୀୟ ପରିସ୍ଥିତିରେ ବିଦା ହୋଇଛନ୍ତି । ଏହି ଘଡିସନ୍ଧି ମୂହର୍ତରେ ଗେରାଲ୍ଡ ପେୟଟନ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । କଠିନ ପରିଶ୍ରମ, ସକାରାତ୍ମକ ପ୍ରଦର୍ଶନ ଏବଂ ଚିନ୍ତାଧାରା ସମସ୍ତଙ୍କୁ ଫାଇଦାରେ ରଖିଥାଏ ବୋଲି ପେୟଟନ ଖେଳାଳିମାନଙ୍କୁ କହିଛନ୍ତି । ଏଟିକେ ମୋହନବାଗାନ ବିପକ୍ଷ ମ୍ୟାଚ ପୂର୍ବରୁ ଦଳକୁ ସଂଗଠିତ କରିବାରେ ସଫଳ ହୋଇଛନ୍ତି ।୪ ମାସ ହେବ ଖେଳାଳିମାନେ ଏବଂ ମ୍ୟାନେଜମେଂଟ

ଭଲ ପ୍ରଦର୍ଶନ ପାଇଁ ଯଥାସମ୍ଭବ ଯୋଜନା ପ୍ରସ୍ତୁତ କରିଛନ୍ତି । ମୋ କାର୍ଯ୍ୟ ଖେଳାଳିମାନଙ୍କ ମନୋବଳ ବଢ଼ାଇବା ସହ ପ୍ରଦର୍ଶନ ସ୍ତର କିପରି ସୁଧୁରିବ ସେଥିପ୍ରତି ଧ୍ୟାନ ଦେବି । ଷ୍ଟିଭେନ ଟେଲରଙ୍କ ଅନୁପସ୍ଥିତି ନେଇ ସେ ଚିନ୍ତା ବ୍ୟକ୍ତ କରିଥିଲେ । ତେବେ ଚାପମୁକ୍ତ ହୋଇ ଖେଳାଳିମାନଙ୍କୁ ଖେଳିବା ପାଇଁ ଏହି ପୂର୍ବତନ ମିଡଫିଲ୍ଡରଜଣଙ୍କ କହିଛନ୍ତି । ପୂର୍ବ କୋଚ ବାକ୍ସଟର ମଧ୍ୟ ଦଳ ପାଇଁ ଭଲ କାମ କରିଥିଲେ ବୋଲି ସେ ଏହି ଅବସରରେ କହିଛନ୍ତି ।

Leave A Reply

Your email address will not be published.