ପୁରୀ: ଆଜିଠୁ ସବୁଦିନ ଜଗା ଦୁଆର ଖୋଲା । ଆଜିଠାରୁ ସବୁ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ଭକ୍ତ । ରବିବାର ବି ମନ୍ଦିର ଖୋଲା ରହିବ । ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କୋଭିଡ୍ ଗାଇଡଲାଇନ୍ ମାନି ମାସ୍କ ପିନ୍ଧି ହାତ ସାନିଟାଇଜ୍ କରିବା ପରେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥା କୋହଳ ହେବା ପରେ ଅଧିକ ଭକ୍ତଙ୍କ ସମାଗମ ଆଶା କରାଯାଉଛି ।

ସେହିପରି ଆଜିଠୁ ଆନନ୍ଦବଜାରରେ ବସି ଅବଢ଼ା ଖାଇବାର ସୁଯୋଗ ପାଇବେ ଭକ୍ତ । ଆଜି ୧୦ରୁ ୧୨ ହଜାର ଭକ୍ତ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରିଛି ପ୍ରଶାସନ । ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁ ଅବଢ଼ା ସେବନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।ସେହିପରି ମନ୍ଦିର ଭିତରେ ଆଜିଠାରୁ ଦୀପ ଲଗାଇପାରିବେ ଭକ୍ତ । ଏଥିପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀପ ଦାନ ବ୍ୟବସ୍ଥା କରାଯାଇଛି ।

ମନ୍ଦିର ଭିତରେ ପାନ, ଗୁଟଖା ଆଦି ଖାଇବା ମନା । ନିୟମର ଉଲ୍ଲଂଘନ କଲେ ହଜାରେ ଟଙ୍କା ଫାଇନ୍ ଗଣିବେ । ପ୍ଲାଷ୍ଟକ ମୁକ୍ତ ପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ପଲିଥିନ୍ ବ୍ୟବହାର କଲେ ଶହେ ଟଙ୍କା ଜରିମାନା ଆଦାୟ ହେବ । ସପ୍ତାହରେ ତିନି ଦିନ ସର୍ବସାଧାରଣ ଦର୍ଶନ ସରିବା ପରେ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ ।
BREAKING NEWS
- Malkangiri Tension:ମାଲକାନଗିରିରେ ୫ମ ଥର ପାଇଁ ବଢ଼ିଲା ଇଣ୍ଟରନେଟ୍ କଟକଣା;ଆସନ୍ତାକାଲି ମଧ୍ୟରାତ୍ର…
- Maoists Surrender: ଭୁଶୁଡୁଛି ମାଓଗଡ; ଆତ୍ମସମର୍ପଣ କଲେ ୬ ମହିଳା ସମେତ ୧୦ ମାଓବାଦୀ
- Chief Justice Of India: ଡିସେମ୍ବର ୧୪ରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି
- Myanmar military air strike: ସେନାର ଏୟାର ଷ୍ଟ୍ରାଇକରେ ହସ୍ପିଟାଲ ଧ୍ବଂସ; ୩୪ ମୃତ ଓ ୮୦ଆହତ
- Wood Seized: ୧୦ ଲକ୍ଷ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ
- Two Arrest: ଭିଜିଲାନ୍ସର ପରିଚୟ ଦେଇ ବଡ଼ ବଡ଼ ଅଫିସରଙ୍କୁ ଠକୁଥିବା ଦୁଇ ଅଭିଯୁକ୍ତ ଗିରଫ
- Modi government: ମନରେଗା ଯାେଜନାର ନାମ ପରିବର୍ତ୍ତନ କରିବେ ମୋଦି ସରକାର…
- ବଦଳିବ ‘ମନରେଗା ଯୋଜନା’ ନାଁ, କ୍ୟାବିନେଟ ବୈଠକରେ ମଞ୍ଜୁରୀ
- ରାଜଧାନୀରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
- ଏକାମ୍ର ଓ୍ଵାକ୍ସରେ ଓଡ଼ିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଏବଂ ଫିଲ୍ମ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
Comments are closed.