Latest Odisha News

BREAKING NEWS

ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର: ଅନେକଙ୍କ ଘରେ ଚା’ ରୁ ଆରମ୍ଭ ହୁଏ ସକାଳ । ଅନେକ ଘରର ଚା’ର ଚାହିଦା ଢେର ଅଧିକା। କିଛି ଲୋକ ତ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି ।

ତେବେ ଅନେକ ଲୋକ ସକାଳୁ ଉଠୁ ଉଠୁ ଖାଳିପେଟରେ ଚା ପିଇବା ଆରମ୍ଭ କରି ଦିଅନ୍ତି। ମାତ୍ର ଅନୁଧ୍ୟାନରୁ ଜଣାପଡିଛି ଯେ, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।

* ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ ।ଖାଲି ପେଟରେ ଚା’ ପିଇ ଆପଣ ନିଜ ପେଟର ସିଧାସଳଖ କ୍ଷତି ପହଁଚାଉଛନ୍ତି । ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢିବାର ସମ୍ଭାବନା ରହିଥାଏ ।

* ଖାଲି ପେଟରେ କ୍ଷୀର ଚା’ ପିଅନ୍ତୁ ନାହିଁ । ଖାଲି ପେଟରେ ଅଧିକ କ୍ଷୀର ମିଶା ଚା’ ପିଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୁଏ । ଚା’ରେ କ୍ଷୀର ମିଶାଇବା ଦ୍ୱାରା ଆଣ୍ଟିଅକ୍ସିଡେଂଟର ପ୍ରଭାବ କମିଯାଇଥାଏ ।

* କମ୍ କ୍ଷୀରର ଷ୍ଟ୍ରଗ୍ ଚା’ ପିଉଥିବା ବ୍ୟକ୍ତି ମଧ୍ୟ ସତର୍କ ହେବା ଉଚିତ । ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା’ ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଏହା ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରେ ।

*ଯଦି ଆପଣ ଏହା ବି ଭାବୁଛନ୍ତି ଯେ ଆପଣ ଚା’ ଖାଇବା ପରେ ପିଉଛନ୍ତି , ତଥାପି ଆପଣ ସମସ୍ୟାରୁ ବାହାର ନୁହଁନ୍ତି । ଆମେ ସମସ୍ତେ ଜାଣନ୍ତି ଯେ ଚା’ ରେ ଟେଟିନ୍ ଥାଏ । ଯାହା ଆହାରରେ ଥିବା ଆୟରନ୍ ସହ ପ୍ରଭାବ ପକାଇଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ କରିଥାଏ ।

* ବହୁତ ଅଧିକ ଗରମ ଚା’ ପିଇବାର ଅଭ୍ୟାସ ମଧ୍ୟ ଭଲ ନୁହେଁ । ଏହାଦ୍ୱାରା ଖାଦ୍ୟ ନଳୀରେ କ୍ୟାନସର ହେବାର ସମସ୍ୟା ବଢିଯାଇଥାଏ ।

Comments are closed.