Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ ଆୟୋଜିତ ହୋଇଛି । ଅଧିବେଶନରେ ଦେଶର ବିକାଶ ଉପରେ ଆଲୋଚନା କରାଯାଇଛି । ଓଡ଼ିଶା ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଆବାହତ ତଥା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାହୁ ଏନେଇ ଆଲୋଚନା କରିଛନ୍ତି ।

ସାଇ ଥଟ୍ ଲିଡରସିପ୍ ଏକ ଶିକ୍ଷଣୀୟ ପ୍ଲାଟଫର୍ମ, ଯେଉଁଠାରେ ନିଜ ନିଜ କ୍ଷେତ୍ରରେ ଅଗ୍ରଣୀ ଲାଭ କରିଥିବା ବ୍ୟକ୍ତି ବିଶେଷ ନିଜର ତଥା ଦେଶର ବିକାଶ ଦିଗରେ ମତ ରଖିଥାନ୍ତି । ଏହା କେବଳ ନାଗରିକ ଦକ୍ଷତାର ବିକାଶ କରିବ ନାହିଁ ବରଂ ସମସ୍ୟା ସମଧାନ କରିବାରେ ସହାୟକ ହେବ ବୋଲି ଅଧିବେଶନରେ ମତ ପ୍ରକାଶ ପାଇଛି । ପ୍ରତ୍ୟେକ ଅଧିବେଶନରେ ସୁବ୍ରତ ବାଗଚି ଓ ବିଜୟ କୁମାର ସାହୁଙ୍କ ମଧ୍ୟରେ ଏସବୁ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ଆଜିର ଅଧିବେଶନରେ ‘ମୁଭିଂ ଦି ମାଉଣ୍ଟେନ: ମ୍ୟାନେଚିଂ କ୍ରାଇସିସ୍’ ଉପରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନର ପରିସ୍ଥିତିରେ କିପରି ସଙ୍କଟର ସମାଧାନ କରାଯିବ ଓ ଶିକ୍ଷାନୁଷ୍ଠାନମାନେ ଏ ନେଇ କଣ ଯୋଜନା ପ୍ରସ୍ତୁତ କରିଛନ୍ତି ସେନେଇ ଆଲୋକପାତ କରିଥିଲେ ସୁବ୍ରତ ବାଗଚି । ବର୍ତ୍ତମାନ ପରିସ୍ଥିତିରେ ସଙ୍କଟର ପରିଚାଳନା କରିବା ପାଇଁ ୨୦ଟି ରଣନୀତି ଉପରେ ଗୁରୁତ୍ବ ଦେଇଥିଲେ ବାଗଚି ଉଦାହରଣ ସୂରୁପ ସତର୍କତା ସୃଷ୍ଟି କରିବା, ଜରୁରୀ ଓ ଆଶା ସୃଷ୍ଟି କରିବାକୁ କହିଥିଲେ ବାଗଚି ।

ଏହି ଅବସରରେ ସୁବ୍ରତ ବାଗଚିଙ୍କୁ ଧନ୍ୟବାଦ ଦେଇଥିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁ । ତେବେ ଛାତ୍ରଛାତ୍ରୀଙ୍କୁ ଉଚ୍ଚକୋଟିର ଶିକ୍ଷା ପ୍ରଦାନ କରିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମୂଳ ଲକ୍ଷ୍ୟ ବୋଲି କହିଥିଲେ ପ୍ରତିଷ୍ଠାତା ବିଜୟ କୁମାର ସାହୁ ।

Leave A Reply

Your email address will not be published.