Latest Odisha News

ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି spaceX

ଟେକ୍ସାସ: spaceXର ମହାକାଶଯାନ ଷ୍ଟାରସିପ୍ ଟେକ୍ସାସରୁ ଉତକ୍ଷେପଣ ହେବା ପରେ ୧୦ କିଲୋମିଟର ଉପରକୁ ଯାଇଥିଲା । ସଫଳତାର ସହ ଫେରି ଆସି ଲ୍ୟାଣ୍ଡିଂ ମଧ୍ୟ କରିଥିଲା । ତେବେ ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ଏହା ବିସ୍ଫୋରଣରେ ନଷ୍ଟ ହୋଇଯାଇଛି । ମିଶନ ମଙ୍ଗଳର ଗୋଟିଏ ସୋପାନକୁ ସଫଳତା ମିଳିଥିବା ବେଳେ ଏକ ଝଟକା ମଧ୍ୟ ଲାଗିଛି ।

ଟେକ୍ସାସର ବୋକାଚିକା ଲଞ୍ଚିଙ୍ଗ ପ୍ୟାଡ୍‌ରୁ ଉପରକୁ ଉଠିଥିଲା ବିଶାଳକାୟ SpaceX–SN 10 । ଶୂନ୍ୟରେ ୬ ମାଇଲ ବା ପ୍ରାୟ ୧୦ କିଲୋମିଟର ଉପରକୁ ଉଠିବାର କିଛି ସମୟ ପରେ SpaceX ଭୂମିର ସହ ସମାନ୍ତରାଳ ଭାବେ ଉଡିଥିଲା । ଏହାପରେ ଏହା ସିଧା ହୋଇ ତଳକୁ ଖସିବାକୁ ଲାଗିଲା । ଉତକ୍ଷେପଣର ୬ ମିନିଟ ୨୦ ସେକେଣ୍ଡ ଭିତରେ ଏହା ସଫଳତାର ସହ ମାଟି ଛୁଇଁଲା ।

spaceX ମାଟି ଛୁଇଁବାର ୮ମିନିଟ ଭିତରେ ମିଶନକୁ ଲାଗିଥିଲା ଝଟକା । ଭୟଙ୍କର ବିସ୍ଫୋରଣ ସହ spaceX ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।

ଭବିଷ୍ୟତରେ ମଙ୍ଗଳରେ ବସତି ସ୍ଥାପନ ନେଇ ପରୀକ୍ଷଣ ଚାଲିଛି । ସୁଦୂର ମଙ୍ଗଳ ଯାତ୍ରା ଲାଗି ମଣିଷ ଏବଂ ସରଞ୍ଜାମ ବୋହି ନେବା ଲାଗି ଆବଶ୍ୟକ ବିଶାଳ ମହାକାଶଯାନ । ଏଥିପାଇଁ ଏଲନ ମସ୍କଙ୍କ spaceX କମ୍ପାନୀ ମିଶନ ଆରମ୍ଭ କରିଛି । ଏହି କ୍ରମରେ SN-10 ମହାକାଶଯାନର ପରୀକ୍ଷଣ କରାଯାଇଥିଲା । ବିଶାଳକାୟ ସୁପରହେଭି ରକେଟ୍ ସହ ଖଞ୍ଜା ଯାଇଥିଲା ୫୦ମିଟର ଲମ୍ବ ଷ୍ଟାରସିପ୍ ମହାକାଶଯାନ । ଷ୍ଚାରସିପ୍ ର ଓଜନ ଥିଲା ୧ ଲକ୍ଷ କିଲୋ ଗ୍ରାମ ।

ଯଦିଓ ଲ୍ୟାଣ୍ଡିଂ କରିବା ପରେ ନଷ୍ଟ ହୋଇଯାଇଛି SpaceX–SN 10 । ତେବେ ଆଗକୁ ଆହୁରି ଅଧିକ ପରୀକ୍ଷଣ ଲାଗି ପ୍ରସ୍ତୁତ ହୋଉଛନ୍ତି ଏଲନ ମସ୍କ । SN-19 ପର୍ଯ୍ୟନ୍ତ ମହାକାଶ ଯାନ ପରୀକ୍ଷା କରାଯିବ ।

Comments are closed.