Latest Odisha News

BREAKING NEWS

ହିମାଚଳ ପ୍ରଦେଶ ଚମ୍ବାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ୮ ମୃତ, ୧୧ ଆହତ 

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ବଡ ଧାରଣା ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ ଘରୋଇ ବସ୍ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଚମ୍ବାରୁ ତିସା କଲୋନୀ ଟର୍ଣ୍ଣିଙ୍ଗ୍ ନିକଟରେ ଏହି ଦୁର୍ଘଟଣା ହୋଇଛି । ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ । ବସ୍ ବୁନ୍ଦେଡିରୁ ଚମ୍ବା ଯାଉଥିଲା । ହଠାତ ଟର୍ଣ୍ଣିଙ୍ଗ୍ ପାଖରେ ବସ୍ ରାସ୍ତାରୁ ତଳକୁ ଖସିଗଲା । ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି । 

ତେବେ ଦୁର୍ଘଟଣାର କାରଣ ଏବେ ଯାଏଁ ଜଣାପଡିନାହିଁ। କିନ୍ତୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ନେଇ ଆଶଙ୍କା କରାଯାଉଛି। ଦୁର୍ଘଟଣା ବହୁତ ଭୟଙ୍କର ଥିଲା। ବସର ପୂର୍ଜା ପୂର୍ଜା ବାହାରି ଯାଇଛି।

ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ୮ ଜଣଙ୍କ ମୃତ୍ୟୁ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡିସି ଓ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ଏବଂ ଜିଲ୍ଲା ପ୍ରଶାସନକୁ ଜରୁରୀ ଗାଇଡଲାଇନ ଜାରି କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.