Latest Odisha News

BREAKING NEWS

ବଢିଲାଣି ଖରା, ଆପଣଙ୍କ କଲେକ୍ସନରେ ନିହାତି ରଖନ୍ତୁ ଏହି ପାଞ୍ଚ ପ୍ରକାରର ସନଗ୍ଲାସ

ସନଗ୍ଲାସ ଯେ କେବଳ ଆପଣଙ୍କୁ ଖରା ପ୍ରକୋପରୁ ରକ୍ଷା କରିଥାଏ ତା ନୁହେଁ, ଏହା ଏକ ଷ୍ଟାଇଲିସ ଏବଂ ଟ୍ରେଣ୍ଡି ଲୁକ୍ ପ୍ରଦାନ କରିଥାଏ ।
ଦିନଥିଲା ଆମେ ସନଗ୍ଲାସ ର ବ୍ୟବହାର ଆଖିକୁ ଅତି ବାଇଗଣି ରଶ୍ମିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପିନ୍ଧୁଥିଲୁ, ହେଲେ ସେଦିନ ଏବେ ଗଲାଣି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ଯିଏ କି ବର୍ତ୍ତମାନ ସୁଦ୍ଧା ସନଗ୍ଲାସ କୁ ନେଇ କୌଣସି ଏକ୍ସେପେରିମେଣ୍ଟ କରିନାହାନ୍ତି ଏବଂ କେବଳ ସାଧାରଣ କ୍ଲାସିକ୍ ଆଭିଏଟର ଲୁକ୍ ପସନ୍ଦ କରନ୍ତି ତେବେ ଆପଣଙ୍କ ପାଇଁ ଆମେ ନିମ୍ନରେ କିଛି ଟ୍ରେଣ୍ଡି ଏବଂ ଷ୍ଟାଇଲିସ ସନଗ୍ଲାସର ଏକ ତାଲିକା ପ୍ରଦାନ କରୁଛୁ, ଯାହାକୁ ଆପଣ ଏହି ଖରାମାସରେ ନୂଆ ଲୁକ୍ ଦେଇପାରିବ ।

କ୍ୟାଟ୍ ଆଇ ସନଗ୍ଲାସ


କ୍ୟାଟ୍ ଆଇ ଫ୍ରେମ୍ ଟ୍ରେଣ୍ଡ ଯାହାକି ୭୦ ଦଶକରୁ ରହିଆସିଛି। ଏହା ଆପଣଙ୍କୁ ଫ୍ୟାସନେବୁଲ୍ ଲୁକ୍ ପ୍ରଦାନ କରିବ । ଯାହାକୁ ୭୦ ଦଶମକର ହଲିଉଡ୍ ସିନେମା ପସନ୍ଦ ସେମାନେ ଏହି ଫ୍ରେମର ସନଗ୍ଲାସ ବ୍ୟବହାର କରିପାରିବେ ।

ବଡ ରେଟ୍ରୋ ସନଗ୍ଲାସ


ରେଟ୍ରା ଭାଇବ୍ସ ଯାହାକି ବର୍ତ୍ତମାନର ଟ୍ରେଣ୍ଡ । ଆପଣ ଯଦି ବେଶି ଏକ୍ସେପେରିମେଣ୍ଟ କରିବାକୁ ପସନ୍ଦ କରନ୍ତିନି ତେବେ ଆପଣ ସାଧାରଣ ଗୋଲାକାର ଚଷମାଠାରୁ ଟିକେ ବଡ ସାଇଜ୍ କିଣି ପାରିବେ । ଏହି ସନଗ୍ଲାସର ଫ୍ୟାସନ କେବେ ଆଉଟ୍ ଫ୍ୟାସନ୍ ହେବ ନାହିଁ ଏହା ଆପଣଙ୍କୁ ଏକ ରେଟ୍ରୋ ଓ ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରିବ।

ନ୍ୟାରୋ ସନଗ୍ଲାସ
ରେଟ୍ରୋ ସନଗ୍ଲାସ ପରି ନ୍ୟାରୋ ସନଗ୍ଲାସର ଟ୍ରେଣ୍ଡ ମଧ୍ୟ କିଛି କମ୍ ନୁହେଁ। ଏହି ସନଗ୍ଲାସ କୁ ନିହାତି ନିଜ କଲେକ୍ସନରେ ଆଡ୍ କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ଗହଣରେ ଷ୍ଟାଇଲିସ୍ ଦେଖାଯାଆନ୍ତୁ।

ଟ୍ରାନ୍ସପରେଣ୍ଟ ସନଗ୍ଲାସ
ଯଦି ଆପଣକୁ ଭିନ୍ନ ଭିନ୍ନ ସେଡ୍ର ସନଗ୍ଲାସ ପସନ୍ଦ ନୁହେଁ ତେବେ ଆପଣ ଟ୍ରାନ୍ସପରେଣ୍ଟ ସନଗ୍ଲାସକୁ ପସନ୍ଦ କରିପାରିବେ । ଏହି ସନଗ୍ଲାସର ଚାହିଦା ମାର୍କେଟ୍ ରେ ଅଧିକ ରହିଛି।

ସନଗ୍ଲାସ ଚେନ୍

ମନେଥିବ ପୁରୁଣା ଫିଲ୍ମଗୁଡିକରେ ଜେଜେ ମାଆ ଜେଜେବାପା ଚଷମା ସାଙ୍ଗରେ ଚେନ୍ ପିନ୍ଧୁଥିଲେ, ତେଵେ ସେହି ପୁରୁଣା ଫ୍ୟାସନ ବର୍ତ୍ତମାନ ଯୁବଗୋଷ୍ଠୀମାନଙ୍କର ପସନ୍ଦ ପାଲଟିଛି। ତେବେ ଆପଣ ଚାହିଁଲେ ଆପଣଙ୍କ ସନଗ୍ଲାସ ମୁତାବକ ଏକ ସୁନ୍ଦର ଚେନ୍ ନିଜ କଲେକ୍ସନରେ ଆଡ୍ କରିପାରିବେ । ଏହି ଚେନ୍ ଲୁକ ଆପଣଙ୍କୁ ମଡେଲ୍ ଲୁକ୍ ପ୍ରଦାନ କରିବ।

Leave A Reply

Your email address will not be published.