Latest Odisha News

ଅଭିନେତା ଆର୍‌ ମାଧବନ୍ କୋଭିଡ୍‌ ପଜିଟିଭ୍

ନୂଆଦିଲ୍ଲୀ: ଚଳଚ୍ଚିତ୍ର ୩ ଇଡିୟଟ୍ସ୍‌ ଲୋକପ୍ରିୟ ଅଭିନେତା ଆର୍‌ ମାଧବନ୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ମାର୍ଚ୍ଚ ୨୪ ବୁଧବାର ଦିନ ଆମୀର ଖାନଙ୍କ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ସମସ୍ତ ପ୍ରେମ ପାଇଁ ଧନ୍ୟବାଦ ଦେବା ସହ ସେ ସୁସ୍ଥ ଥିବା କହିଛନ୍ତି ମାଧବନ୍‌। ସେ ଏବେ ସଙ୍ଗରୋଧରେ ରହୁଛନ୍ତି ଏବଂ ସମସ୍ତ Covid-19 ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି ଏବଂ ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମଧ୍ୟ ଏହି କରୋନ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।

Comments are closed.