ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ବାର୍ଷିକ ସମ୍ମିଳନୀ ପାଇଁ କାର୍ଯ୍ୟକାରିଣୀ ବୈଠକ ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ସଂଘର ସଭାପତି ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ସଭାପତିତ୍ୱ କରିଥିଲା ବେଳେ ସାଧାରଣ ସମ୍ପାଦକ ଡ. ପ୍ରମୋଦ କୁମାର ରାୟଙ୍କ ସମେତ ସଂଗଠନର ୨୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଆଗାମୀ ବାର୍ଷିକୀ ସମ୍ମିଳନୀ ଆଲୋଚନାରେ ଭାଗ ନେଇଥିଲେ ।
କରୋନାକୁ ଦୃଷ୍ଟିରେ ରଖି ମେ ୧ ଓ ୨ ତାରିଖରେ ହେବାକୁ ଥିବା ବାର୍ଷିକୀ ସମ୍ମିଳନୀକୁ ନଭେମ୍ବର ୪ର୍ଥ ସପ୍ତାହକୁ ଘୁଞ୍ଚାଇ ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ଏହି ସମ୍ମିଳନୀରେ ୬ ଗୋଟି ପାନେଲ୍ ଯଥା (୧) ଭାରତରେ ନିର୍ବାଚନ ଓ ରାଜନୀତି (୨) ଶାସକ, ସମସ୍ୟା ଓ ଆହ୍ୱାନ (୩) ଲୋକନୀତି ଓ ସାମୁହିକ ବିକାଶ (୪) ଭାରତ ଓ ସମସାମୟିକ ବିଶ୍ୱ (୫) ଓଡିଶା ରାଜନୀତି ଓ ପ୍ରଶାସନ (୬) ଲିଙ୍ଗଗତ ଅସାମଞ୍ଜସ୍ୟସଭା ଓ ବିକାଶ ଆଦି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଉକ୍ତ କାର୍ଯ୍ୟକାରିଣୀରେ ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧି ଓ ଆସୋସିଏଟ୍ ସଦସ୍ୟ (ରାଜନୀତି ବିଜ୍ଞାନରେ ପିଏଚ୍.ଡି ସାରିଥିବା ଓ କଣ୍ଟିନିଉମାନଙ୍କ ପାଇଁ) ଗ୍ରହଣ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଏହି ସମ୍ମିଳନୀରେ ସାଂଗଠନିକ ସମ୍ପାଦିକା ଡ. ସ୍ମିତା ନାୟକ, ଓପସା ଜର୍ଣ୍ଣାଲର ଏଡିଟର ପ୍ରଫେସର ଅସୀମା ସାହୁ, ଉପ ସଭାପତି ଡ. ମାନସ ବେହେରା, ଓପସାର ପୂର୍ବତନ ସଭାପତି ତଥା ବର୍ତ୍ତମାନର କାର୍ଯ୍ୟକାରିଣୀ ସଦସ୍ୟ ପ୍ରଫେସର ଯୁଗଳ ମିଶ୍ର, ଡ. ଅମୂଲ୍ୟ ତ୍ରିପାଠୀ, ଡ. ପ୍ରଦୀପ ହରିଚନ୍ଦନ, ଡ. ସୁରେଶ ପଟେଲ, ଡ. ମୁକ୍ତିକାନ୍ତ ମହାନ୍ତି, ସ୍ମୃତି ରଞ୍ଜନ ମିଶ୍ର (ଯୁଗ୍ମ ସମ୍ପାଦକ), ଡ. ଜୟନ୍ତ ପରିଡା (ଜଏଣ୍ଟ ଏଡିଟର୍), ଡ. ସରୋଜ କୁମାର ଜେନା, ଡ. ଶ୍ରୀବତ୍ସ କୁମାର ସାହୁ, କମଳାକାନ୍ତ ବିଶ୍ୱାଳ, ଶ୍ୟାମ ଚରଣ ଦାସ, ନୃସିଂହ ପ୍ରସାଦ ମିଶ୍ର, ହରି ପ୍ରସାଦ ତୁଲ ଓ ଡ. ଲଲାଟେନ୍ଦୁ ସ୍ୱାଇଁ ଅଂଶ ଗ୍ରହଣ କରିଥିଲେ । ଏହି ସଙ୍ଗଠନର ଯୁଗ୍ମ-ସମ୍ପାଦକ ଉମାକାନ୍ତ ପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।
Comments are closed.