ଭୁବନେଶ୍ୱର: ରାଜ୍ୟରେ ଗତ ୨ ଦିନ ହେଲା ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪୦୦ ଉପରେ ରହୁଛି । ଗତ ୪୨ ଘଣ୍ଟାରେ ରାଜ୍ୟର ୨୮ ଜିଲ୍ଲାରୁ ୪୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୬୭ଟି ମାମଲା ଆସିଥିବା ବେଳେ ୧୮୫ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 2nd April
New Positive Cases: 452
In quarantine: 267
Local contacts: 185(Details of local contacts will be shared by concerned District Administration)
District Wise Cases:
1. Angul: 12
2. Balasore: 5
3. Bargarh: 19
4. Bhadrak: 4
5. Balangir: 15— I & PR Department, Odisha (@IPR_Odisha) April 3, 2021
ଖୋର୍ଦ୍ଧା ବ୍ୟତୀତ ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪କୁ ବୃଦ୍ଧି ପାଇଛି । ଅନ୍ୟପଟେ ମାସେ ହେଲା କୋଭିଡ୍ ମୁକ୍ତ ଥିବା ମାଲକାନଗିରିକୁ ଫେରିଛି କରୋନା । ଜିଲ୍ଲାରେ ଗତ ମାର୍ଚ୍ଚ ୪ ତାରିଖରେ ଶେଷଥର ପାଇଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଗତ ୨୪ ଘଣ୍ଟାରେ ଅନୁଗୁଳରୁ ୧୨ ଜଣ, ବାଲେଶ୍ୱରରୁ ୫ ଜଣ, ବରଗଡ଼ରୁ ୧୯ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗିରରୁ ୧୫ ଜଣ, କଟକରୁ ୨୬ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୧୩ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡିରୁ ୨୯ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୭୭ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୨ ଜଣ, ମୟୂରଭଞ୍ଜରୁ ୧୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ନବରଙ୍ଗପୁରରୁ ୮ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୭୧ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୭୫ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୭ ହଜାର ୪୩୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୮୨୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
Comments are closed.