Latest Odisha News

ଆରମ୍ଭ ହେଲା ଆଇପିଏଲ, ପ୍ରଥମେ ବ୍ୟାଟିଂ କରୁଛି ମୁମ୍ବାଇ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତିରେ ଆରମ୍ଭ ହୋଇଛି ଆଇପିଏଲର ୧୪ତମ ସଂସ୍କରଣ । ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ଖବର ହସ୍ତଗତ ହେଲା ବେଳକୁ ୪ ଓଭରରେ ରୋହିତ ଶର୍ମାଙ୍କ ଉଇକେଟ ହରାଇ ୨୪ ରନ କରିଛି ।

କରୋନା ମହାମାରୀ ତାର କରାଳ ରୂପ ଦେଖାଇବା ଆରମ୍ଭ କରିଥିବାବେଳେ ଆଇପିଏଲ ଆୟୋଜନ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଗତ ବର୍ଷ କରୋନା ଯୋଗୁ ଆଇପିଏଲ ଦୁବାଇରେ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.