Latest Odisha News

ମ୍ୟାକ୍ସୱେଲ, ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇ:ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡିଭିଲର୍ସ ବିସ୍ପୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖର ରଖିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ମାତ୍ର ଇନିଂସ ଆରମ୍ଭରୁ କୋହଲି (୫), ଦେବୀଦତ ପାଡିକଲ (୨୫) ଓ ରଜତ ପାଟୀଦାର (୧) ଆଉଟ ହେବା ଯୋଗୁ ଦଳ ଚାପରେ ରହିଥିଲା । ମାତ୍ର ମ୍ୟାକ୍ସୱେଲ ଓ ଡିଭିଲର୍ସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ମ୍ୟାକ୍ସୱେଲ ୭୮ ରନ କରି ଆଉଟ ହୋଇଥିବା ବେଳେ ଡିଭିଲର୍ସ ୭୬ ରନ କରି ଅପରାଜିତ ରହିଥିଲେ । ଦଳ ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ କରିଥିଲା । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତି ୨ଟି ଏବଂ ପ୍ୟାଟ କୁମିନ୍ସ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.