Latest Odisha News

ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ୫ ଭାଲୁ ଛୁଆ ଉଦ୍ଧାର, ଜନ୍ତାରୁ ଉଦ୍ଧାର କଲା ବନବିଭାଗ 

ଭୁବନେଶ୍ବର: କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର । ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ଭାଲୁ ଛୁଆଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଭାଲୁ ଛୁଆଙ୍କୁ କେହି ଦୁର୍ବୁତ୍ତ ଜଙ୍ଗଲରେ ଲୁଚାଇ ଏକ ଜନ୍ତାରେ ରଖିଥିଲା । ଉଦ୍ଧାର ବେଳେ ଦୁଇ ଭାଲୁ ଛୁଆ ଜନ୍ତା ଭିତରେ ଥିଲେ । ଅନ୍ୟ ତିନୋଟି ବାହାରେ ଖେଳୁଥିଲେ ।

ଏଥିରେ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ଏକ ରାକେଟର ହାତ ଥିବା ବନ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ପ୍ରଜାତିର ଭାଲୁ ଭୁବନେଶ୍ବର ରେଞ୍ଜ ଅଞ୍ଚଳର ନୁହେଁ ଏମାନଙ୍କୁ ନୟାଗଡ଼ର କୌଣସି ଜଙ୍ଗଲରୁ ଅଣାଯାଇଥିବା ସନ୍ଦେହ କରାଯାଇଛି । ଖୁବଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । 

Leave A Reply

Your email address will not be published.