Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୬୫ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ମାଧ୍ୟମରେ ୧୬୫ତମ କଥାମୃତ ଓ ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି ସଭାରେ ନାରାୟଣ ମହାପାତ୍ର, ଦାମୋଦର ସେନାପତି, ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ଅଖିଳ ସାହୁ, ମଧୁସ୍ମିତା ଦାସ, ତନୁଶ୍ରି ଜେନା ପରିଚାଳନା ସହିତ  ଭଜନ ମଧ୍ୟ ପରିବେଷଣ କରିଥିଲେ । ପରେ ପଣ୍ଡିତ ପ୍ରବାଚକ କାଶୀନାଥ ମିଶ୍ର ମହାପ୍ରଭୁଙ୍କ କଳକୀ ଅବତାର ଓ କଳ୍ପବଟ ବୃକ୍ଷ ବିଷୟରେ ବୁଝାଇବା ସହ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ  ଲଲିତ ପଣ୍ଡା , ଅଜୟ ଚୌଧୁରୀ, ବଂଶୀଧର ନାୟକ, ନରେନ୍ଦ୍ର ସାହୁ, ତ୍ରିଲୋଚନ ନାୟକ, ଶ୍ରୀନିବାସ ରାଓ, ଉତ୍ତମ ନନ୍ଦୀ , ହରପ୍ରିୟା ବେହେରା, ସରୋଜିନୀ ପରମ ଗୁରୁ, ଚିନ୍ତାମଣି ମିଶ୍ର, ସରୋଜ ନନ୍ଦ, ଜୟ ସିଂହ, ରମାକାନ୍ତ ମିଶ୍ର,ଗାନ୍ଧୀ ଚୌଧୁରୀ, ଗଣେଶ ମିଶ୍ର, ଶିବାନୀ ଦଳାଇ, ଦେବାଶିଷ ପ୍ରଧାନ, ବିବେକାନନ୍ଦ ସ୍ୱାଇଁ, ସୁଲୋଚନା ଚାନ୍ଦ, ବୈଭବ ଯୋଶୀ, ତୃପ୍ତି ବିଶ୍ବାଳ, ଅନୁପମା ମେହେର, ଅବିନାଶ ସ୍ୱାଇଁ, ସୁଧାକର ବେହେରା, କାର୍ତ୍ତିକ ଦୁବେ, ୟୋଗେଶ ଅଗ୍ରୱାଲା, ସ୍ଵାତୀ ଦାସ, ତପନ ପ୍ରଧାନ, ନଗେନ୍ଦ୍ର ସିଂ, ହେମନ୍ତ ମିଶ୍ର, ପ୍ରେମ ଗୋଏଲ, ଦିନେଶ ଦାସ, ମାନସ ପଟ୍ଟନାୟକ , କୃଷ୍ଣ ଅର୍ଜୁନ , ସୁରଜ ପ୍ରକାଶ, ମଳୟ ଜେନା, ଅନୁପ ସାହୁ ଅମିତ ସାହୁ, ବିଶ୍ଵନାଥ ନାୟକ ଓ ବନମାଳୀ ଦାସ ଯୋଗଦେଇଥିଲେ ।

Leave A Reply

Your email address will not be published.