Latest Odisha News

BREAKING NEWS

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ:ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଚୟନ କମିଟି ଶୁକ୍ରବାର ଦଳ ଘୋଷଣା କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୨୦ ଜଣିଆ ଏହି ଦଳରେ ୬ ପେସ ବୋଲର ଏବଂ ୩ ସ୍ପିନର ରହିଛନ୍ତି । ପ୍ରଥମ ଥର ପାଇଁ ହେଉଥିବା ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ପ୍ରବେଶ କରିଛନ୍ତି । ଏହି ମ୍ୟାଚ ୧୮ଜୁନରୁ ସାଉଥାମ୍ପଟନର ଦି ଏଜେସ ବାଓଲ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଂଶଗ୍ରହଣ କରିବ । ହାର୍ଦ୍ଦିକ ପାଣ୍ଡ୍ୟା ଓ ପୃଥ୍ୱୀ ଶଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିିଳିନି ।

ଘୋଷିତ ଦଳ : ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ, ଲୋକେଶ ରାହୁଲ, ରିଦ୍ଧିମାନ ଶାହ, ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ ।

Comments are closed.