Latest Odisha News

BREAKING NEWS

ବାଲେଶ୍ୱର ଜିଲ୍ଲାର ଏହି ସ୍ଥାନରେ ହିଟ୍ କଲା ୟାସ୍

ବାଲେଶ୍ୱର: ଆରମ୍ଭ ହୋଇଛି ବାତ୍ୟା ୟାସର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା । ସକାଳ ୯ଟାରୁ ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମରାରୁ ଉତ୍ତର ଓ ବାଲେଶ୍ୱରରୁ ଦକ୍ଷିଣକୁ ବାହାନଗା ବ୍ଲକ ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ପୂର୍ବରୁ ଭାରତୀୟ ପାଣିପାଗ ଏହି ଅଞ୍ଚଳରେ ବାତ୍ୟା ହିଟ୍ କରିବ ବୋଲି ପୂର୍ବାନୁମାନ କରିଥିଲା । ଆଇଏମଡିର ଆକଳନ ସଠିକ ହୋଇଛି । ଆଇଏମଡି କହିଥିଲା, ଧାମରାରୁ ଉତ୍ତର ଓ ବାଲେଶ୍ୱରରୁ ଉତ୍ତରରେ ବାତ୍ୟା ମଧ୍ୟାହ୍ନ ଭିତରେ ସ୍ଥଳଭାଗ ଛୁଇଁବ ।

ଲାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୩୦-୧୪୦ କିଲୋମିଟରରୁ ଅଧିକ ବେଗରେ ବହୁଛି ପବନ । ଏହି ଲାଣ୍ଡଫଲ୍ ପ୍ରକ୍ରିୟା ୩-୪ ଘଣ୍ଟା ଚାଲିବ । ବହୁ କ୍ଷୟକ୍ଷତି ଆଶଙ୍କା କରାଯାଉଛି । ଏବେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ପବନ ଜାରି ରହିଛି । ବାତ୍ୟା ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବେଶୀ କ୍ଷତି ପଡ଼ିବ ।

ଲାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ବାତ୍ୟା ମୟୂରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ମୁହାଁ ହେବ ବୋଲି କହିଛି ପାଣିପାଗ ବିଭାଗ । ଏତିକିବେଳେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ହାଟଡିହି ଅଞ୍ଚଳରେ ପ୍ରକୋପ ଛାଡ଼ିପାରେ ୟାସ୍ । ବାତ୍ୟା ପ୍ରଭାବରେ ଆଜି ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟଧିକ ବର୍ଷା ହେବ ।

Leave A Reply

Your email address will not be published.