Latest Odisha News

BREAKING NEWS

ଦେଶବାସୀଙ୍କୁ ମାଗଣା ଟିକାକରଣ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ ଦେଶର ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଏନେଇ ଆଜି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହା ପରେ ଏଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ସେ ଲେଖିଛନ୍ତି ଯେ, “ସମସ୍ତଙ୍କ ଜୀବନ ମୂଲ୍ୟବାନ। ଯେ ପର୍ଯ୍ୟନ୍ତ ସମସ୍ତେ ଟିକା ନେଇନାହାନ୍ତି, ସେ ଯାଏଁ କହି ସୁରକ୍ଷିତ ନୁହେଁ”।

ଆଜି ୫ଟାରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ସେ ‌ସମସ୍ତ ରାଜ୍ୟ ସରକାରଙ୍କ ଦାବିକୁ ପୂରା କରିଛନ୍ତି।

ଦିପାବଳୀ ପର୍ଯ୍ୟନ୍ତ ୮୦ କୋଟି ଗରିବଙ୍କୁ ପାଇଁ ମାଗଣା ରାସନ ଯୋଗାଇଦେବାକୁ କହିବା ସହ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Leave A Reply

Your email address will not be published.