କଟକ: ନକଲି ମେଡିସିନ୍ କାରବାର ମାମଲାର ମାଷ୍ଟରମାଇଣ୍ଡ ଗିରଫ । ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏଶଟିଏଫ୍ । ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଶିବଙ୍କ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ ।
କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ନକଲି ଔଷଧ କାରବାର ମାମଲା ଜଣା ପଡ଼ିବା ପରଠୁ ଫେରାର୍ ଥିଲେ ଶିବ ଜେନା । ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ ବି କରିଥିଲେ । ତାଙ୍କୁ ଧରିବା ପାଇଁ ଖୋଳତାଡ ଚଳାଇଥିଲା ଏସଟିଏଫ୍ । ଫାଭିପିରାଭିର ଷ୍ଟ୍ରିକୁ ୬୫ ଟଙ୍କାରେ କିଣି ୧୨ଶହ ୯୦ ଟଙ୍କାରେ ବିକ୍ରି କରିବାକୁ ସେମାନେ ଯୋଜନା କରିଥିଲେ । ଏହି ମାମଲାରେ ଏସଟିଏଫ୍ ରାଜ୍ୟ ଓ ବାହାରେ ବି ତଦନ୍ତ ଚଳାଇଛି ।
Comments are closed.