Latest Odisha News

BREAKING NEWS

ଆରଜିଏଚରେ ଖୋଲିଲା ଡାୟାଲିସିସ୍ ୟୁନିଟ୍,ରୋଗୀଙ୍କୁ ମାଗଣାରେ ସେବା

ରାଉରକେଲା : ଆରଜିଏଚରେ ଖୋଲିଲା ଡାୟଲିସିସ୍ ୟୁନିଟ୍ । ରୋଗୀଙ୍କୁ ମାଗଣାରେ ମିଳିବ ସେବା । କିଡନୀ ରୋଗୀଙ୍କ ଚିକିତ୍ସା ସୁବିଧା ଲାଗି ରାଉରକେଲା ସରକାରୀ ଚିକିତ୍ସାଳୟ ଆରଜିଏଚଠାରେ ରାଜ୍ୟ ସରକାରଙ୍କ ଅଧୀନରେ ଡାୟାଲିସିସ୍ ସେବା ଆରମ୍ଭ ହୋଇଛି । ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଏହି ୨୪ ଘଣ୍ଟିଆ ସେବା ମାଗଣାରେ କିଡନୀ ରୋଗୀଙ୍କୁ ମିଳିପାରିବ  । ଆରଜିଏଚରେ ରୋଗୀମାନଙ୍କ ଲାଗି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି ।

ଡାୟାଲିସିସ୍ ୟୁନିଟ୍ ଖୋଲିଥିବାରୁ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ଅନେକ କିଡନୀ ରୋଗୀ ଉପକୃତ ହେବେ । ରୋଗୀମାନଙ୍କୁ ଏହି ସେବା ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।  ୪ଟି ମେସିନ ଆରଜିଏଚକୁ ଯୋଗାଇ ଦିଆଯାଇଛି । ଏହି ସେବା ପ୍ରଦାନ ଲାଗି ଡାକ୍ତର, ଲାବୋରେଟୋରି ଟେକ୍ନିସିଆନ ଏବଂ ନର୍ସମାନଙ୍କୁ ନିଯୁକ୍ତ କରାଯାଇଛି । ଏଠାରେ ଦିନକୁ ୭ରୁ ୮ ଜଣ ରୋଗୀଙ୍କର ଡାୟାଲିସିସ୍ ହୋଇପାରିବ ।

Comments are closed.