ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି ଦୁଇ ଖେଳାଳିଙ୍କ କ୍ଷେତ୍ରରେ ନୁହେଁ ଓଡିଶାକୁ ବାରମ୍ବାର ଏ ନେଇ କୋଣଠେସା କରାଯାଉଛି । ୬୦ ବର୍ଷ ମଧ୍ୟରେ ମାତ୍ର ୯ଜଣ ଓଡିଆ ଖେଳାଳି ଏହି ସମ୍ମାନ ପାଇଛନ୍ତି । ହକି ଇଣ୍ଡିଆ ତରବରିଆ ଭାବେ ଖେଳରତ୍ନ ପୁରସ୍କାର ପାଇଁ ଶ୍ରୀଜେସ,ଦୀପିକା ଏବଂ ଅର୍ଜୁନ ପୁରସ୍କାର ପାଇଁ ହରମନପ୍ରୀତ ସିଂ, ବନ୍ଦନା କାଟରିୟା ଏବଂ ନଭଜୋତ କୌରଙ୍କ ନାମ ପଠାଇଛି ।
ଏମାନଙ୍କ ତୁଳନାରେ ବୀରେନ୍ଦ୍ର ଏବଂ ଦୀପଗ୍ରେସଙ୍କ ପ୍ରଦର୍ଶନ କଣ ଖରାପ ଥିଲା? ଅଲିମ୍ପିକ ଟିମରେ ପକ୍ଷପାତିତା ସ୍ୱର ଜୋର ଧରିବା ପରେ ଏହାକୁ ଲୁଚାଇବା ପାଇଁ ଉପରୋକ୍ତ ଦୁଇ ଖେଳାଳିଙ୍କୁ ଜାତୀୟ ଦଳର ଉପ ଅଧିନାୟକ କରି ଦିଆଗଲା । ବୀରେନ୍ଦ୍ର ୧୯୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ହରମନପ୍ରୀତ ୧୧୯ ମ୍ୟାଚ ଖେଳିଛନ୍ତି । ସେହିପରି ଦୀପଗ୍ରେସଙ୍କ ପ୍ରଦର୍ଶନକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କୁ ଆଡେଇ ନଭଜୋତଙ୍କ ନାଁ ସୁପାରିଶ କରାଗଲା ।
ସରକାରଙ୍କ ନୂତନ ନିୟମ ଅନୁସାରେ ରାଜ୍ୟ ସରକାର, କ୍ରୀଡା ସଂଗଠନ ଏବଂ କ୍ରୀଡାବିତ୍ ବ୍ୟକ୍ତିଗତ ଭାବେ ନିଜ ନାମ ସୁପାରିଶ କରିପାରିବେ । ତେବେ କମିଟି ଜାତୀୟ ଫେଡେରେଶନ ପଠାଇଥିବା ନାମକୁ ଗୁରୁତ୍ୱ ଦେଇଥାଏ । ଯଦି ଏହା ବିଚାରକୁ ନିଆଯାଏ ତାହାହେଲେ ଏଥର ହକି ଇଣ୍ଡିଆ ପଠାଇଥିବା ଖେଳାଳି ପୁରସ୍କାର ହକଦାର ହେବେ । କମିଟି ଯଦି ପ୍ରକୃତରେ ନିରପେକ୍ଷ ବିଚାର କରେ ତାହାହେଲେ ହୁଏତ ଓଡିଶା ଖେଳାଳିଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ । ଏବେ କେବଳ ସମୟକୁ ଅପେକ୍ଷା ।
BREAKING NEWS
- ଯୁବକଙ୍କୁ ମାଡ ମାରିବା ଭିଡିଓ ଭାଇରାଲ ଘଟଣା,ମୁଖ୍ୟ ଅଭିଯୁକ୍ତ ଗିରଫ
- ଦୁଇଟି ପ୍ରମୁଖ ଦାବି ନେଇ ଆମରଣ ଅନଶନରେ ବସିଲେ ଚାମେଲି ଓଝା
- ମହିଳାଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
- ପାଠ୍ୟପୁସ୍ତକ ତ୍ରୁଟି ମାମଲା: ପର୍ଦ୍ଦାଫାସ୍ କରିବ କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମର ଖୋଳତାଡ଼
- ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ
- ଆଣ୍ଟିଵାୟୋଟିକରେ ପୋକ! ମେଡିକାଲରେ ମିଳୁଛି ପୋକରା ଔଷଧ
- ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି, ମୁତୟନ ହେଲେ NDRFର ସ୍ବତନ୍ତ୍ର ଟିମ୍
- ଭିଜିଲାନ୍ସ ଜାଲରେ କୋରାପୁଟ ITDA ସହକାରୀ ନିର୍ଦ୍ଦେଶକ
- ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ: ରଥଯାତ୍ରା ବେଳକୁ ବଢ଼ିବ ବର୍ଷାର ପରିମାଣ
- କାକଦ୍ବୀପ ନିକଟରୁ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
Comments are closed.