ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି ଦୁଇ ଖେଳାଳିଙ୍କ କ୍ଷେତ୍ରରେ ନୁହେଁ ଓଡିଶାକୁ ବାରମ୍ବାର ଏ ନେଇ କୋଣଠେସା କରାଯାଉଛି । ୬୦ ବର୍ଷ ମଧ୍ୟରେ ମାତ୍ର ୯ଜଣ ଓଡିଆ ଖେଳାଳି ଏହି ସମ୍ମାନ ପାଇଛନ୍ତି । ହକି ଇଣ୍ଡିଆ ତରବରିଆ ଭାବେ ଖେଳରତ୍ନ ପୁରସ୍କାର ପାଇଁ ଶ୍ରୀଜେସ,ଦୀପିକା ଏବଂ ଅର୍ଜୁନ ପୁରସ୍କାର ପାଇଁ ହରମନପ୍ରୀତ ସିଂ, ବନ୍ଦନା କାଟରିୟା ଏବଂ ନଭଜୋତ କୌରଙ୍କ ନାମ ପଠାଇଛି ।
ଏମାନଙ୍କ ତୁଳନାରେ ବୀରେନ୍ଦ୍ର ଏବଂ ଦୀପଗ୍ରେସଙ୍କ ପ୍ରଦର୍ଶନ କଣ ଖରାପ ଥିଲା? ଅଲିମ୍ପିକ ଟିମରେ ପକ୍ଷପାତିତା ସ୍ୱର ଜୋର ଧରିବା ପରେ ଏହାକୁ ଲୁଚାଇବା ପାଇଁ ଉପରୋକ୍ତ ଦୁଇ ଖେଳାଳିଙ୍କୁ ଜାତୀୟ ଦଳର ଉପ ଅଧିନାୟକ କରି ଦିଆଗଲା । ବୀରେନ୍ଦ୍ର ୧୯୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ହରମନପ୍ରୀତ ୧୧୯ ମ୍ୟାଚ ଖେଳିଛନ୍ତି । ସେହିପରି ଦୀପଗ୍ରେସଙ୍କ ପ୍ରଦର୍ଶନକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କୁ ଆଡେଇ ନଭଜୋତଙ୍କ ନାଁ ସୁପାରିଶ କରାଗଲା ।
ସରକାରଙ୍କ ନୂତନ ନିୟମ ଅନୁସାରେ ରାଜ୍ୟ ସରକାର, କ୍ରୀଡା ସଂଗଠନ ଏବଂ କ୍ରୀଡାବିତ୍ ବ୍ୟକ୍ତିଗତ ଭାବେ ନିଜ ନାମ ସୁପାରିଶ କରିପାରିବେ । ତେବେ କମିଟି ଜାତୀୟ ଫେଡେରେଶନ ପଠାଇଥିବା ନାମକୁ ଗୁରୁତ୍ୱ ଦେଇଥାଏ । ଯଦି ଏହା ବିଚାରକୁ ନିଆଯାଏ ତାହାହେଲେ ଏଥର ହକି ଇଣ୍ଡିଆ ପଠାଇଥିବା ଖେଳାଳି ପୁରସ୍କାର ହକଦାର ହେବେ । କମିଟି ଯଦି ପ୍ରକୃତରେ ନିରପେକ୍ଷ ବିଚାର କରେ ତାହାହେଲେ ହୁଏତ ଓଡିଶା ଖେଳାଳିଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ । ଏବେ କେବଳ ସମୟକୁ ଅପେକ୍ଷା ।
BREAKING NEWS
- India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା
- ମହିଳା ହିଂସା ରୋକିବା ନେଇ ସରକାର ଯତ୍ନବାନ ଅଛନ୍ତି: ମୁଖ୍ୟମନ୍ତ୍ରୀ
- ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
- କ୍ରିକେଟ ପ୍ରେମୀଙ୍କ କ୍ରେଜ, ଟିକେଟ ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ
- Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
- ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ; ନିର୍ମାଣ ହେବ ୫୫୦ଟି ଷ୍ଟଲ, ଭାଗନେବେ ପ୍ରାୟ…
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
Comments are closed.