ଲକ୍ଷ୍ନୌ: ଦେଶ ପାଇଁ ବଳିଦାନ ଦେଇ ସହିଦ ହୋଇଥିବା ଭଗତ ସିଂଙ୍କ ଫାଶି ଦୃଶ୍ୟର ଅଭିନୟ କରିବା ବେଳେ ଏକ ୯ ବର୍ଷୀୟ ବାଳକର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ସ୍ୱାଧୀନତା ସଂଗ୍ରାମୀ ଭାଗତ ସିଂଙ୍କ ଜୀବନ ଉପରେ ଆଧାରିତ ଏକ ନାଟକର ଅଭ୍ୟାସ କରୁଥିବା ବେଳେ ଜଣେ ନଅ ବର୍ଷର ସ୍କୁଲ ପିଲାଙ୍କର ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ, ଗୁରୁବାର ଦିନ ୟୁପିର ବୁଦାଉନର ବାବାଟ ଗ୍ରାମରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ ନାଟକର ଅନ୍ତିମ ଦୃଶ୍ୟ କରିବା ସମୟରେ ବେକରେ ଦଉଡି ଲଗାଇଥିବା ବେଳେ ଷ୍ଟୁଲ୍ ଉପରୁ ପାଦ ଖସିଯାଇଥିଲା। ଫଳରେ ଶିବମ୍ ନିଶ୍ୱାସ ନେଇପାରିନଥିଲା। ଏହାପରେ ଶିବମ୍ର ଶରୀର ଚଳପ୍ରଚଳ ହେବା ବନ୍ଦ ହୋଇଯାଇଥିଲା। ଏହାପରେ ପିଲାମାନେ ଭୟଭୀତ ହୋଇପଡିଥିଲେ।
ସେମାନେ ଗାଁର ଅନ୍ୟମାନଙ୍କୁ ଜଣାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ଅନ୍ୟମାନେ ପହଞ୍ଚିବା ବେଳକୁ ନଅ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଥିଲା।
Comments are closed.