ବାର୍ସିଲୋନା: ଦୀର୍ଘ ଦିନ ଧରି ଫୁଟବଲ ପଡିଆରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ଲିଓନେଲ ମେସି ଓ ସର୍ଗିଓ ରାମୋସ ଏକତ୍ର ପିଏସଜି ପକ୍ଷରୁ ଖେଳିବାକୁ ଯାଉଛନ୍ତି । ସାଥୀ ଖେଳାଳିଭାବେ ଉଭୟ ପରସ୍ପରକୁ ଭେଟିବା ଫଟୋ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ମେସି ତାଙ୍କ ପ୍ରିୟ କ୍ଲବ ବାର୍ସିଲୋନା ଛାଡି ଏବେ ପିଏସଜିରେ ଯୋଗ ଦେଇଛନ୍ତି ।
ସେହିପରି ରାମୋସ ରିୟଲ ମାଡ୍ରିଡ ଚୁକ୍ତି ବାତିଲ କରି ପିଏସଜିରେ ସାମିଲ ହୋଇଛନ୍ତି । ଏକତ୍ର ହେବା ପରେ ସେମାନେ ପ୍ରଶଂସକଙ୍କୁ ମେସେଜ ଦେଇଛନ୍ତି ଯେ, ହୁଏତ ଆମେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରୁ ମାତ୍ର ଶତ୍ରୁ ନୁହେଁ । ଅଗାମୀ ଦିନ୍ୱର ଗୋଟିଏ ଟିମ ପକ୍ଷରୁ ସେମାନେ ଖେଳିବା ଏବଂ କମ୍ବିନେଶନ କିପରି ରହୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।
Comments are closed.