ନୂଆଦିଲ୍ଲୀ: ମହାନ ଆଥଲେଟ କୋଚ ଓଏମ ନାମ୍ବିୟାରଙ୍କ ଗୁରୁବାର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭାରତର ଶ୍ରେଷ୍ଠ ମହିଳା ଧାବିକା ପିଟି ଉଷାଙ୍କ କୋଚ ଭାବେ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ୧୯୮୫ରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତୀୟ ବାୟୁ ସେନା ୧୫ ବର୍ଷ କାର୍ଯ୍ୟ କରିବା ପରେ ସେ ସର୍ଜେଂଟ ଭାବେ ଅବସର ଗ୍ରହଣ କରିଥିଲେ । ୧୯୬୮ରେ ଏନଆଇଏସ ପଟିୟାଲାରେରେ କୋଚିଂ ଡିପ୍ଲୋମା କୋର୍ସ କରିବା ପରେ ୧୯୭୧ରେ କେରଳ ସ୍ପୋର୍ଟ୍ସ କାଉନସିଲରେ ଯୋଗ ଦେଇଥିଲେ । ପିଟି ଉଷାଙ୍କ ବ୍ୟତୀତ ଶିନୀ ୱିଲିସନ ଓ ବନ୍ଦନା ରାଓଙ୍କୁ ମଧ୍ୟ ସେ ପ୍ରଶିକ୍ଷଣ ଦେଇଥିଲେ ।
୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସରେ ଉଷା ପଦକ ଜିତିବେ ବୋଲି ସେ ଦୃଢ଼ତା ସହକାରେ କହିଥିଲେ । ତାଙ୍କ କଥା ପ୍ରାୟତଃ ସତ ହୋଇଥିଲା ଉଷା ଅଳ୍ପକେ ପଦକ ହାସଲରୁ ବଂଚିତ ହୋଇଥିଲେ । ସେ ସର୍ବଦା ଶକ୍ତିବର୍ଦ୍ଧକ ଔଷଧ ସେବନକୁ ବିରୋଧ କରି ଆସୁଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି ।
Comments are closed.