ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୂତନ ସରକାରୀ ଆଦେଶ ଅନୁଯାୟୀ, ରାଜ୍ୟରେ କୋଭିଡ-୧୯ ପରିସ୍ଥିତିରେ ସୁଧାର ଯୋଗୁ ରବିବାର ଲକ୍ଡାଉନ୍ କଟକଣାକୁ କୋହଳ କରାଯାଇଛି। ରବିବାର ଲକ୍ଡାଉନ୍କୁ କଟକଣାକୁ କୋହଳ କରାଯାଇଛି। ଏଣିକି ସୋମବାରଠାରୁ ରବିବାର ଯାଏ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ଅନୁମତି ଦେଇଛନ୍ତି ଉତ୍ତରପ୍ରଦେଶର ସରକାର।
ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଅନୁଷ୍ଠିତ ଏକ କୋଭିଡ୍-୧୯ ସମୀକ୍ଷା ବୈଠକରେ ଏହି ପ୍ରତିବନ୍ଧକକୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।
“ବର୍ତ୍ତମାନ ବଜାର ସୋମବାର ଠାରୁ ରବିବାର ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲିପାରିବ। ରାତି ୧୦ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ବଳବତ୍ତର ରହିବ।
Comments are closed.