Latest Odisha News

BREAKING NEWS

ଲୁଗା ଦୋକାନିଙ୍କ ଘରେ କଳାକନା ବୁଲାଇଲେ ଚୋର

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବଡ ଧରଣର ଡକାୟତି। ଲୁଗା ଦୋକାନିଙ୍କ ଘରେ କଳାକନା ବୁଲାଇଲେ ଚୋର। ଦୋକାନିଙ୍କ ଘରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଡକାୟତ । ଆଜି ଭୋର୍ ପ୍ରାୟ ୩ ଟା ପାଖିପାଖି ହେବ ଲୁଟ୍ ହୋଇଛି । ୭ ଜଣିଆ ଡକାୟତ ଦଳ ରାଜଗାଙ୍ଗପୁର ସୁନ୍ଦରଗଡ଼ ମୁଖ୍ୟ ରାସ୍ତାରେ ଥିବା ଶ୍ରୀବସ୍ତ୍ରମ୍ ଲୁଗାଦୋକାନ ମାଲିକ କମଳ ଅଗ୍ରୱାଲଙ୍କ ଘର ବ୍ରାଉଣ୍ଡରି ଡେଇଁ ଘର ସମ୍ମୁଖ କବାଟଭାଙ୍ଗୀ  ଭିତରେ ପଶିଥିଲେ।

ଲୁଗାଦୋକାନିଙ୍କ ସ୍ତ୍ରୀଙ୍କୁ ବନ୍ଦି କରି ମାରଣାସ୍ତ୍ର ଦେଖାଇ ସ୍ତ୍ରୀ ପିନ୍ଧିଥିବା ଅଳଙ୍କାର ନେଇଯିବା ସହ ତାଙ୍କୁ ଆଲମାରୀ ଚାବି ମାଗି ନଗଦ ଲକ୍ଷାଧିକ ଟଙ୍କା  ସୁନା ,ରୂପା ଓ ଦୁଇଟି ମୋବାଇଲ ନେଇଯାଇଛନ୍ତି ଦୁର୍ବୃତ୍ତ । କୌସଳ କ୍ରମେ ଅଗ୍ରୱାଲ ଘର ସମ୍ମୁଖ ବ୍ରାଉଣ୍ଡରି ଡେଇଁ ଥାନାକୁ ଦୌଡିଥିଲେ। ହେଲେ ତାଙ୍କ କଥା ଥାନାରେ କେହି ନଶୁଣି ତାଙ୍କ ସହ ଯୁକ୍ତିତର୍କ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ବିଳମ୍ବ ନକରିଥିଲେ ତୁରନ୍ତ ଡକାୟତ ଦଳକୁ ଧରି ପାରିଥାଆନ୍ତା ବୋଲି କମଳ ଅଗ୍ରୱାଲ କହିଛନ୍ତି ।

ଏହି ସମୟରେ କମଳ ମଧ୍ୟ ଅଳ୍ପ ଆହତ ହୋଇଛନ୍ତି। ସେପଟେ ରାଜଗାଙ୍ଗପୁର ଏସ୍ ଡି ପି ଓ ଡାକ୍ତର ଶଶାଙ୍କ ଶେଖର ବେଉରା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ପହଁଚି ଦେଖିବା ପରେ ଡକାୟତକୁ ଧରିବା ପାଇଁ ଛାନ୍ ଭିନ୍ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ପହଁଚି ତଥ୍ୟ ସଂଗ୍ରହ କରୁଥିବା ବେଳେ କମଳ ଅଗ୍ରୱାଲଙ୍କ ପତ୍ନୀଙ୍କ ଫୋନ୍ ବଗିଚାରୁ ମିଳିଛିା

Comments are closed.