Latest Odisha News

BREAKING NEWS

ପଚଣ୍ଡ ଗ୍ରୀଷ୍ମପ୍ରବାହରେ ପୂର୍ବତଟ ରେଲୱେର ବ୍ୟାପକ ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଗରମ ରେ ଟ୍ରେନ ଗୁଡିକର ନିରାପତ୍ତା ସହିତ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ନିବାରକ କାର‌୍ୟ୍ୟ ହାତକୁ ନିଆଯାଇଅଛି । ଅସହ୍ୟ ଗରମ ସମୟରେ ଟ୍ରେନ ଗୁଡିକର ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ରେଳବାଇ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଅଛି । ବିଭିନ୍ନ ଋତୁରେ ରେଳ ଚଳାଚଳ କ୍ଷେତ୍ରରେ ଯେପରି ବାଧା ନଉପୁଜେ, ସେଥିପାଇଁ ରେଳବାଇର ସ୍ୱତନ୍ତ୍ର ଦଳ ଗୁଡିକ ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ଓ ଥଇଥାନ ପାଇଁ ସଜାଗ ଥାନ୍ତି ।

ପାନୀୟ ଜଳ ବିତରଣ କେନ୍ଦ୍ର, ପାଣି ଟ୍ୟାପ ଯେପରି ସଠିକ କାର‌୍ୟ୍ୟ କରୁଥିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହ ଉଚିତ ପଦକ୍ଷେପ ନେବାପାଇଁ ସମସ୍ତ ରେଳ ମଣ୍ଡଳକୁ ପରାମର୍ଶ ଦିଆଯାଇଅଛି । ଏହା ସହିତ ଜଳ ଯୋଗାଣ କରୁଥିବା ଇଲେକ୍ଟ୍ରିକ ପମ୍ପ ଯେପରି ସଠିକ କାର‌୍ୟ୍ୟକରୁଥିବା ସେଥି ପ୍ରତି କଡା ନଜର ରଖିବାକୁ କୁହାଯାଇଅଛି । ବଡ ଷ୍ଟେସନ ଗୁଡିକରେ ପ୍ରତିକ୍ଷ୍ୟାଳୟ ଗୁଡିକରେ ପାନୀୟ ଜଳ ଉପଲବ୍ଧ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଅଛି ।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ ଅଧିକାରୀ ଓ କର୍ମଚାରୀମାନଙ୍କୁ ଗ୍ରୀଷ୍ମ ଋତୁରେ ମାତ୍ରାଧିକ ଗରମ ସମୟରେ ରେଳାଚଳାଚଳ ପ୍ରତି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପ୍ରତି ସଜାଗ ରହିବ ସହିତ ଟ୍ରାକ ରକ୍ଷଣାବେକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାକୁ କହିବା ସହ ରେଳଧାରଣରେ ଉପଯୁକ୍ତ ଵାଲାଷ୍ଟ ବ୍ୟବସ୍ଥା କରିବା । ରେଳଧାରଣ ବଙ୍କେଇଯିବା କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବାକୁ ଉପଦେଶ ଦେଇଛନ୍ତି । ଟ୍ରେନ କୋଚ ଗୁଡିକରେ ବିଦ୍ୟୁତ ସରଞ୍ଜାମ ଗୁଡିକର ସଠିକ ସାଜ ସରଞ୍ଜାମ ପ୍ରତି ଧ୍ୟାନ ଦେବା ସହିତ ଦରକାର ହେଲେ ସମ୍ପୂର୍ଣ ପ୍ରଣାଳୀକୁ ବଦଳାଇବା ପାଇଁ ପଦକ୍ଷେପ ନେବାକୁ ମହାପ୍ରବନ୍ଧକ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଟ୍ରେନ ଗୁଡିକର ଲଗେଜ ଭ୍ୟାନ, ପ୍ୟାଣ୍ଟ୍ରି କାର ଓ କୋଚ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ଶ୍ରୀ ବିଦ୍ୟାଭୂଷଣ ଆଦେଶ ଦେଇ ଥିବା ବେଳେ ଏଥିପ୍ରତି ଷ୍ଟେସନ, କୋଚିଂ ଡିପୋ ଓ ଅନ୍ୟାନ ରେଳବାଇ ଭିତ୍ତିଭୂମି ମାନଙ୍କରେ ଅଗ୍ନିନିର୍ବାପକ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।

ଗ୍ରୀଷ୍ମ ଋତୁ ସମୟରେ ବ୍ୟାପକ ମାତ୍ରାରେ ସଜାଗ ରହିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର । ୱାଲଟିୟର ରେଳମଣ୍ଡଳ ଗୁଡିକୁ ନିର୍ଦେଶ ଦିଆଯାଇଅଛି ଓ ମାତ୍ରାଧିକ ଗରମ ସମୟରେ ଗ୍ରୀଷ୍ମ କାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହିତ ଅତିମାତ୍ରାରେ ସଜାଗ ରହି ସମସ୍ୟା ଥିବା ସ୍ଥାନ ମାନଙ୍କରେ ଉଚିତ ପଦକ୍ଷେପ ନେବାକୁ କୁହାଯାଇଅଛି । ଏଥି ସହିତ ରେଳ ଥର୍ମୋମିଟର ସର୍ବଦା ବ୍ୟବହାର କରି ଟ୍ରାକରେ ଥିବା ରେଲକୁ ଅତ୍ୟଧିକ ଗରମ ସମୟରେ ସମ୍ପ୍ରସାରିତ ପ୍ରତି ଧ୍ୟାନଦିଆଯିବାକୁ କୁହାଯାଇଅଛି ।

ରେଳ ଷ୍ଟେସନ, ଟ୍ରେନ ଓ ଗୁରୁତ୍ୱପୂର୍ଣ ସ୍ଥାନମାନଙ୍କରେ ଅଗ୍ନିପ୍ରତିରୋଧକ ଦ୍ରବ୍ୟ ଓ ନିର୍ବାପକ ବ୍ୟାପକ ଭାବେ ଉପଲବ୍ଧ କାରାଇବାପାଇଁ ଆଦେଶ ଦିଆଯାଇଥିବା ବେଳେ ରାଜ୍ୟ ଅଗ୍ନିଶମ ବିଭାଗ ସହିତ ଉଚିତ ସମନ୍ୱୟ ରକ୍ଷ୍ୟାକରିବାକୁ କୁହାଯାଇଛି ।

ଏହା ବ୍ୟତୀତ ରେଳ ଧାରଣା ପାଖରେ ରେଳଧାରଣ ଓ ଓଭର ହେଡ଼ ଇଲେକ୍ଟ୍ରି କୁ ଅବରୋଧ କରିବାକୁଥିବା ବୃକ୍ଷ ଗୁଡିକର ଡାଳ କାଟିବାକୁ କୁହାଯାଇଅଛି ଓ ରେଳ ବ୍ୟବହାରକାରୀ ଓ ଯାତ୍ରୀମାନେ ଯେପରି କୌଣସି ଅଗ୍ନି ଉତ୍ପନ କରୁଥିବା ଦ୍ରବ୍ୟ ଟ୍ରେନ ଯାତ୍ରା ସମୟରେ ନନିୟନ୍ତି ସେଥିପ୍ରତି ଧ୍ୟାନଦେବାକୁ ସୁରକ୍ଷା ବିଭାଗକୁ କୁହାଯାଇଅଛି ।

ଏହା ବ୍ୟତୀତ ଗୁରୁତ୍ୱପୂର୍ଣ ସ୍ଥାନମାନଙ୍କରେ ବ୍ୟାନର ଓ ପୋଷ୍ଟର ଲଗାଯାଇ ସଚେତନ କରାଯାଉଅଛି ।

ଡିଜେଲ ଇଂଜିନ ରେ ଗରମ ଅବସ୍ଥାକୁ ଯେପରି ପ୍ରତିହତ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପଦେଶ ଦିଆଯାଇଅଛି । ତତସହିତ କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଉଥିବା ବେଳେ ଘନ ଘନ କଡା ନୀରିକ୍ଷଣ କରାଯିବାକୁ ନିର୍ଦେଶ ଦିଆଯାଇଅଛି ।

Leave A Reply

Your email address will not be published.