Latest Odisha News

BREAKING NEWS

ରାଜଧାନୀ ଡ୍ରେନରେ ଭାସି ଛାତ୍ର ନିଖୋଜ ଘଟଣା: ୧୮ ଘଣ୍ଟା ପରେ ମିଳିଲା ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଖୋଲା ଡ୍ରେନରେ ଭାସି ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ । ୧୮ ଘଣ୍ଟା ଖୋଜାଖୋଜି ପରେ ପଞ୍ଚସଖା ନଗର ନାଳରୁ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍ । ଗତକାଲି ଟ୍ୟୁସନ୍ ଯାଇ ଫେରିବା ବେଳେ ଖୋଲା ଡ୍ରେନରେ ଖସି ପଡ଼ିଥିଲେ ଜ୍ୟୋତିପ୍ରକାଶ । ପାଣି ସୁଅରେ ଭାସି ଯାଇଥିଲେ ।

ମୃତ ଜ୍ୟୋତିପ୍ରକାଶ ହେଉଛନ୍ତି ବରମୁଣ୍ଡା ଗାଁ ଢିପସାହିର ହୃଷିକେଷ ବେହେରାଙ୍କ ପୁଅ । ଗତକାଲି ପାଖାପାଖି ଦିନ ୨ଟା ବେଳେ ଡ୍ରେନ୍ ପାଣିରେ ଭାସି ନିଖୋଜ ଥିଲେ ଜ୍ୟୋତିପ୍ରକାଶ । ରାତି ୧୦ଟା ଯାଏ ଡ୍ରେନ୍ ଭିତରେ ପଶି ୧୦ କିଲୋମିଟର ଯାଏ ଖୋଜାଖୋଜି କରିଥିଲେ ଅଗ୍ନିଶମ ବାହିନୀ ଟିମ୍ । ଆଜି ସକାଳେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଡ୍ରେନରେ ସର୍ଚ୍ଚ ଅପରେସନ୍ ଚଳାଇଥିଲା ।

ଶେଷରେ ଜ୍ୟୋତିପ୍ରକାଶଙ୍କର ମୃତଦେହ ମିଳିଛି । ତାଙ୍କ ପରିବାରରେ ଶୋକର ଛାୟା । ପୁଅକୁ ହରାଇ ପରିବାର ଲୋକ ଆଖିରୁ ଲୁହ ଶୁଖୁନି । କଲୋନୀରେ ବି ଦୁଃଖର ଛାୟା ଖେଳିଯାଇଛି । ମେଧାବୀ ଛାତ୍ର ଥିଲେ ଜ୍ୟୋତିପ୍ରକାଶ । ଟ୍ୟୁସନରୁ ଫେରିବା ବେଳେ ବାଟରେ ଯେ ତାଙ୍କୁ ମୃତ୍ୟୁର ଦୂତ ଅପେକ୍ଷା କରିଛି ସେକଥା କଣ ସେ ଜାଣିଥିଲେ ।

Leave A Reply

Your email address will not be published.