Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଚାହାପିଆ କବି

ଗରମା ଗରମ ଚାହା ପିଇବା ପାଇଁ
କବି ପହଁଚିଲେ ବନ୍ଧୁଙ୍କ ଘରେ ଯାଇ!

ବନ୍ଧୁପତ୍ନୀ କହିଲେ ନାହାନ୍ତି ଘରେ
କବି କହିଲେ ରୁହ ମୁଁ ଫୋନ୍ କରେ!

ବନ୍ଧୁପତ୍ନୀ କହିଲେ ଉଠାନ୍ତିନି ବୋଲି
ଆଜି ଫୋନଟା ଉଠେଇ ରଖିଦେଲି!

କବି ଚାଲିଲେ ଚାହା ଦୋକାନକୁ
ଦେଖିଲେ ସେଠି ଚାହା ପିଉଛି ଫେକୁ!

ଅଧା ପିଇ ଚାହାରୁ ଚୁଟିଟେ କାଢି ରଖି
ଦେଖାଇଲା ସିଏ ଦୋକାନୀକୁ ଡାକି!

ଦୋକାନି କ୍ଷମା ମାଗି ଆଉ ଚାହା ଦେଲା
କବି କହିଲେ ଚୁଟିଟା ରଖିଥିବୁ ହେଲା!

ଫେକୁବନ୍ଧୁ କହିଲା ଇଏ ମୋ ସ୍ତ୍ରୀ ଚୁଟି
କବି କହିଲେ ହଉ ବିକାର ନାହିଁ ମୋ’ଠି!

ଚାହାପିଆ ସାରି ଦିହେଁ ଫେରୁଥିଲେ
ବାଟରେ ମହୁମାଛିଙ୍କ ସହ ଭେଟହେଲେ!

ମହୁମାଛିଙ୍କ ଚୁମ୍ବନରେ ଫୁଲିଗଲା ଗାଲ
ଫେକୁ ପଚାରିଲା କୋଉଠି ମିଳିବ ତେଲ?

କବି କହିଲେ ସାହିତ୍ୟ ଏକାଡେମୀକୁ ଚାଲ
ଶୁଣିଛି ସେଇଠି କାଳେ ପ୍ରବଳ ତେଲ!

ଦିହେଁ ପହଁଚିଲେ ଏକାଡେମୀ ଅଫିସଠି
ଝୁଲୁଥିଲା ତାଲା ସେଦିନ ଥିଲା ଛୁଟି!

କଷ୍ଟ ସମ୍ଭାଳି ନହୁଅନ୍ତେ ଗ୍ୟାରେଜକୁ ଯାଇ
ଫେରିଲେ ପୋଡା ମୋବିଲ ବୋଳି ହୋଇ!

କବି କହିଲେ ମାଛି ଗୁଡାକ ଆଧୁନିକ
ଅବୁଝା ଶବ୍ଦ ଓ ଚୁମ୍ବନ ଦେଲା ଦୁଃଖ!!

Leave A Reply

Your email address will not be published.