ମୁମ୍ବାଇ: ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଜୀବନୀ-ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦି’ର ରିଲିଜ୍ ତାରିଖକୁ ନେଇ ଅନିଶ୍ଚତତା ଲାଗିରହିଥିବାବେଳେ ଅନ୍ୟପଟେ ଏହାକୁ ନେଇ ବିବାଦ ପରେ ବିବାଦ ସୃଷ୍ଟିହେବାରେ ଲାଗିଛି । ଆଗକୁ ନିର୍ବାଚନ ଥିବାବେଳେ ଏହାର ପ୍ରଦର୍ଶନ ନିର୍ବାଚନ ଆଚରଣ ବିଧିର ଉଲଂଘନ କରିବ ବୋଲି ବିରୋଧୀଙ୍କ ନାରାବାଜି ସହିତ ଯୋଡ଼ିହୋଇ ଯାଇଛି ବିଖ୍ୟାତ ଗୀତିକାର ଜାଭେଦ୍ ଅଖତରଙ୍କ ସଦ୍ୟତମ ଅଭିଯୋଗ । ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, “ଆଜିକାଲି ଆଉ ବଲିଉଡ୍ରେ ମୌଳିକ ସାଧୁତା ନାହିଁ । ପୁରୁଣା ସିନେମାର ସଙ୍ଗୀତ-ଅଧିକାର (ରାଇଟ୍ସ) କିଣି ତାକୁ ନୂଆ ସିନେମାରେ ରିମେକ୍ କରିବାର ଅସାଧୁ ପରମ୍ପରା ଏବେ ଲଗାତାର ଚାଲିଛି । ଯାହା ଆଦୌ ସୁନ୍ଦର ନୁହେଁ ।”

ଏଠାରେ ପ୍ରକାଶଯୋଗ୍ୟ ଯେ ମୋଦିଙ୍କ ବାୟୋପିକରେ କୌଣସି ଗୀତ ନଲେଖି ମଧ୍ୟ ପୋଷ୍ଟରରେ ଜାଭେଦ୍ ଅଖତରଙ୍କ ନାମ ରଖାଯାଇଛି । ଏହାକୁ ନେଇ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି ଏହି ବର୍ଷୀୟାନ୍ ଲେଖକ । ଦୀପା ମେହେଟାଙ୍କ ‘୧୯୪୭: ଆର୍ଥ’ ଫିଲ୍ମ ପାଇଁ ସେ ଲେଖିଥିବା ‘ଈଶ୍ୱର ଆଲ୍ଲା’ ଗୀତଟି ବିବେକ ଓବରୟ ଅଭିନୀତ ଏହି ‘ପିଏମ୍ ନରେନ୍ଦ୍ର ମୋଦି’ ସିନେମାରେ ରିମେକ୍ କରାଯାଇଛି, ଯେଉଁଥି ପାଇଁ ତାଙ୍କଠୁ କୌଣସି ଅନୁମତି ନିଆଯାଇନାହିଁ । ଟି-ସିରିଜ୍ଠାରୁ ପୁରୁଣା ଗୀତର ମିଉଜିକ୍ ରାଇଟ୍ସ କିଣି ଏପରି କରାଯାଇଛି, ଯାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଅଖତର୍ କହିଛନ୍ତି ।
BREAKING NEWS
- ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’
- ବାଂଲାଦେଶ ବାଛିଲା ନୂଆ ଭାଗ୍ୟ ବିଧାତା: ଭାରତ ସହିତ ସମ୍ପର୍କ ଉନ୍ନତ କରିବେ କି ତାରିକ୍ ରେହମାନ?
- Cyber Fraud: ୨ ସାଇବର ଠକକୁ ବାନ୍ଧିଲା ପୋଲିସ; ୫କୋଟିର ଠକେଇ
- ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା
- ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା: ୪ ସହର ହେବ କମନ ଇକୋନୋମିକ୍ ଜୋନ୍
- CM Odisha: ନବରଙ୍ଗପୁରକୁ ୪୪୬ କୋଟି ପ୍ରକଳ୍ପର ଭେଟି; ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ
- ଏଆଇ ଉପଯୋଗ କରି ଫିଲ୍ମ ନିର୍ମାଣ କରିବେ ରାଜକୁମାର ହିରାନୀ
- ବିଶ୍ୱକପରେ ଅଜବ ଗଜବ ସଂଯୋଗ: ଜିମ୍ବାୱେଠାରୁ ଅଷ୍ଟ୍ରେଲିଆ ହାରିଲେ, ଭାରତ ହେଉଛି ଚାମ୍ପିୟନ
- FIH Men’s Pro League: ପ୍ରୋଲିଗ୍ରେ ଭାରତୀୟ ଦଳର କ୍ରମାଗତ ୨ୟ ପରାଜୟ; ଆସନ୍ତାକାଲି ପୁଣି ବେଲଜିୟମକୁ ଭେଟିବ…
- ଅଷ୍ଟ୍ରେଲିଆକୁ ହରାଇ ବଡ ବିପର୍ଯ୍ୟୟ ଘଟାଇଲା ଜିମ୍ବାୱେ
Comments are closed.