Latest Odisha News

BREAKING NEWS

ରେମୁଣାରେ ପୂଜା ପାଉଛନ୍ତି ବିରଳ ଅଧିଷ୍ଠାତ୍ରୀ ଦେବୀ ଅଷ୍ଟାଦଶ ଭୂଜା ଦୁର୍ଗା

ବାଲେଶ୍ବର :- ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ପଞ୍ଚାୟତରେ ମା କନକ ଦୁର୍ଗା ସାରା ପୃଥିବୀରେ ଦ୍ବିତୀୟ ବିରଳ ଅଷ୍ଟାଦଶ ଭୁଜା ରୂପେ ପରିଚିତ। ଶତାଧିକ ବର୍ଷ ପୂର୍ବରୁ ଏହି ବିରଳ ମୁଗୁନି ପଥର ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଥିଲା।

ରାଜା ହରିଗୋଲାମ୍ ଦାସ ପ୍ରଥମ ସେବକ ବେଳେ ପୀଢ଼ି ପରେ ପୀଢ଼ି ମାଙ୍କ ରୀତିନୀତିରେ ସେବା କରିଆସୁଛନ୍ତି। ପ୍ରତିଦିନ ମାଙ୍କର ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥାଏ କିନ୍ତୁ ପାର୍ବଣ ଋତୁରେ ମାଙ୍କ ରୀତିନୀତି ଅଲଗା ଥାଏ।ମହଳୟା ପରଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ମାଙ୍କର ଷୋଡ଼ଷ ପୂଜା ହେବାସହ ବିଭିନ୍ନ ଚଣ୍ତୀପୂଜା, ଗୁପ୍ତନୀତି ଆଦି ଅନୁଷ୍ଠିତ ହୋଇଥାଏ। ଏହି ମନ୍ଦିରରେ ମା ଦୁର୍ଗାଙ୍କ ସହ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ମହାଦେବ ଙ୍କ ମନ୍ଦିର ଥିବାରୁ ଏହାକୁ ଗୁପ୍ତ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ। ଏହାର ଚତୁଃପାର୍ଶ୍ଵରେ ଥିବା ଗଛ ଲତା ଓ ସାମ୍ନାରେ ଥିବା ପୋଖରୀ ମନ୍ଦିରର ଶୋଭାକୁ ଅତ୍ୟନ୍ତ ମନୋରମ କରାଇଥାଏ।

ସବୁ ଠାରୁ ବଡ଼ କଥା ହେଉଛି ଏହି ମନ୍ଦିରରେ ମାଙ୍କ ରୀତିନୀତିରେ ବଳି ପ୍ରଥାକୁ ବାରଣ କରାଯାଇଅଛି।

Comments are closed.